Thursday, September 19, 2024
24.5 C
Odisha

    ରାଜନୀତିରୁ ସନ୍ନ୍ୟାସ ନେଲେ ପାଣ୍ଡିଆନ୍

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଚଳିତ ନିର୍ବାଚନରେ ପ୍ରଥମ ଥର ବିଜେଡିର ବିପର୍ଯ୍ୟୟ ଦେଖିବାକୁ ମିଳିଛି । ୨୪ ବର୍ଷ ଶାସନ ପରେ ନବୀନ ପଟ୍ଟନାୟକଙ୍କ ପରାଜୟ ପାଇଁ ବିଜେଡି ନେତା ଭି.କେ ପାଣ୍ଡିଆନଙ୍କୁ ଦାୟୀ କରିଛନ୍ତି ଓଡ଼ିଶାବାସୀ । ତେବେ ଏସବୁ ଆଲୋଚନା ଭିତରେ ଫଳାଫଳ ଘୋଷଣା ପରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ପାଣ୍ଡିଆନ୍ । ପ୍ରଥମ ପ୍ରତିକ୍ରି=ୟାରେ ହିଁ ସେ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି । ଏକ ଭିଡିଓ ଜାରି କରି ସେ ସମଗ୍ର ଓଡ଼ିଶାବାସୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ହାତ ଯୋଡ଼ି ସେ ବିଜୁ ପରିବାର ଏବଂ କର୍ମୀମାନଙ୍କୁ ମଧ୍ୟ କ୍ଷମା ମାଗିଛନ୍ତି ।
    ଏହି ଭିଡିଓରେ ପାଣ୍ଡିଆନ୍ କହିଛନ୍ତି ଯେ, ମୋ ବିରୋଧରେ ଚାଲିଥିବା ପ୍ରଚାର ଦଳକୁ କ୍ଷତି ପହଞ୍ଚାଇଛି । ଏଥିପାଇଁ ମୁଁ ଦୁଃଖିତ । ନବୀନଙ୍କୁ ସହଯୋଗ କରିବା ପାଇଁ ରାଜନୀତିକୁ ଆସିଥିବା ସେ ଏହି ଭିଡିଓରେ କହିଛନ୍ତି । କିନ୍ତୁ ନିର୍ବାଚନରେ ବିଜୁ ଜନତା ଦଳର ପରାଜୟ ପାଇଁ ସେ ସମଗ୍ର ଓଡ଼ିଶାବାସୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ, ରାଜନୀତିର ଏହି ଯାତ୍ରାରେ କାହାକୁ ଆଘାତ ଦେଇଥିଲେ ମୁଁ ଦୁଃଖିତ । ନଭେମ୍ବର ୨୭ ତାରିଖରେ ବିଜୁ ଜନତା ଦଳରେ ବିଦିବଦ୍ଧ ଭାବରେ ସେ ସାମିଲ ହୋଇଥିବା ବେଳେ ଜୁନ୍ ୯ ତାରିଖରେ ସେ ରାଜନୀତିରୁ ବିଦାୟ ନେଇଛନ୍ତି । ଦଳରେ ପାଇଭ-ଟି ଅଧ୍ୟକ୍ଷ ପଦବୀ ସହ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ମଧ୍ୟ ମିଳିଥିଲା । ପୂର୍ବରୁ ସରକାରୀ ଚାକିରି ଛାଡ଼ିଥିବା ବେଳେ ଏବେ ରାଜନୀତିରୁ ମଧ୍ୟ ବିଦାୟ ନେଇଛନ୍ତି । ତେଣୁ ଆଗକୁ ସେ କ’ଣ କରିବେ, ଏ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ୨୦୨୩ ମସିହା ଅକ୍ଟୋବରରେ ଆଇଏଏସ ଚାକିରିରୁ ସେ ଅବସର ନେଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    91 %
    1.4kmh
    97 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ