Saturday, July 27, 2024
24.5 C
Odisha

    ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ ଓ ଅଶାଳୀନ ମନ୍ତବ୍ୟର ଜବାବ ମାଗିବେ ଓଡିଶାବାସୀ: ପାଣ୍ଡିଆନ

    ଆଗକୁ ପଢନ୍ତୁ

    କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହିନ୍ଦୋଳରୁ ଟାର୍ଗେଟ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି ଓ ତାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଉଛନ୍ତି । ଓଡିଶାବାସୀ ଏହାର ଜବାବ ଦେବେ ବୋଲି ସେ କହିଛନ୍ତି । ବିଜେପୁର ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ମାଡ କରିବାକୁ ଉଦ୍ୟମ ହୋଇଥିଲା । ଏଥିପାଇଁ ବିଜେପୁରବାସୀ ବିଜେପିକୁ ୪୦ ହଜାର ଭୋଟ ବ୍ୟବଧାନରେ ହରାଇଥିଲେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସରୁ ଫେରିବା ସମୟରେ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରରୋଚନାରେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡାମାଡ କରାଯାଇଥିଲା । ଯାହାର ଫଳସ୍ବରୂପ ବିଜେପି ୩୦ରୁ ୩୦ ଜିଲ୍ଲା ଜିଲ୍ଲାଷଦରେ ହାରିଥିଲା । ପ୍ରଧାନମନ୍ତ୍ରୀ ସୋଲାର ଏନର୍ଜିରେ ମାଗଣା ବିଜୁଳି ଦେବାକୁ ଘୋଷଣା କରିଛନ୍ତି । କିନ୍ତୁ ଏଥିପାଇଁ ଲୋକଙ୍କୁ ୫୦ ହଜାର ଖର୍ଚ୍ଚ କରି ସୋଲାର ପ୍ୟାନେଲ ଲଗାଇବାକୁ ପଡିବ । ମାଗଣା ବିଜୁଳି ନାଁରେ ଲୋକଙ୍କୁ ବିଜେପି ଭୁଆଁ ବୁଲାଉଛି । ନବୀନ ପଟ୍ଟନାୟକ କିନ୍ତୁ ରାଜ୍ୟର ୯୦ ପ୍ରତିଶତ ଲୋକଙ୍କୁ ମାଗଣା ବିଜୁଳି ଦେବାକୁ ଘୋଷଣା କରିଛନ୍ତି । ଜୁନ ୯ ତାରିଖରେ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ଏ ସମ୍ପର୍କିତ ଫାଇଲକୁ ମୁଖ୍ୟମନ୍ତ୍ରୀ ଦସ୍ତଖତ କରିବେ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ୍ ୯ ତାରିଖରେ ଶପଥ ନେବା ପରେ ବିଜୁଳି ବିଲ୍ ରଦ୍ଦ କରିବାକୁ ପ୍ରଥମ ଦସ୍ତଖତ କରିବେ । ୯୦% ପରିବାରକୁ ବିଜୁଳି ବିଲ୍ ଦେବାକୁ ପଡିବନି । ଏହା ହେଉଛି ନବୀନଙ୍କ ଗ୍ୟାରେଣ୍ଟି । ଡବଲ ଇଞ୍ଜିନ ସରକାର ଦିନରେ ଲଣ୍ଠନ ଦେଖାଇବେ । ଡବଲ ଇଞ୍ଜିନ ସରକାର ଲୋକଙ୍କୁ ଭୁଆଁ ବୁଲାଇବେ, ମିଛ କହିବେ, ଅପପ୍ରଚାର କରିବେ । କେବଳ ନିର୍ବାଚନ ଆସିଲେ ବିଜେପି ନେତାଙ୍କୁ ଏମିତି ଭୂମିକାରେ ଦେଖିବାକୁ ପାଇବେ । ନିର୍ବାଚନ ପରେ ଏମାନଙ୍କୁ ଖୋଜିଲେ ମଧ୍ୟ ପାଇବେନି । ପାଣ୍ଡିଆନ କହିଛନ୍ତି, ଆଜି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହୋଇଥାନ୍ତା ବୋଲି ଖବର ପାଇଥିଲୁ । ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ କରିଥାନ୍ତେ ଖବର ମିଳିଥିଲା । ୪ରୁ ୫ ଜଣ ବିଜେପିର ଟାଣୁଆ ନେତା ଏଥିପାଇଁ ୯ଟା ବେଳେ ସାମ୍ବାଦିକ ସମ୍ମିଳନୀ କରିଥାନ୍ତେ । କିନ୍ତୁ ନିଜ ନିଜ ଭିତରେ ଝଗଡା ହୋଇଯିବାରୁ ବିଳମ୍ବରେ ପ୍ରେସମିଟ୍ କଲେ ଏବଂ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେନି । ଏହାସହ ଚ୍ୟାଲେଞ୍ଜ ଦେଇ ପାଣ୍ଡିଆନ କହିଛନ୍ତି ଯଦି ଦମ ଅଛି ତେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁ ବିଜେପି । ନବୀନଙ୍କ ବିରୋଧରେ କାହାକୁ ପ୍ରାର୍ଥୀ କରିବାକୁ ୧୦ ବର୍ଷ ହେଲା ପାଉନାହାନ୍ତି ବୋଲି କହି କଟାକ୍ଷ କରିଛନ୍ତି ପାଣ୍ଡିଆନ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ