Saturday, March 14, 2026
38.2 C
Odisha

    ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର; ୨କିଲୋ କାତି ଜବତ, ୪ ଅଟକ

    ଆଗକୁ ପଢନ୍ତୁ

    ନୂଆପଡ଼ା/ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ବନ ବିଭାଗ ପକ୍ଷରୁ ଚଢ଼ଉ କରି ଶୁକ୍ରବାର ନଙ୍ଗଲବୋଡ଼ଠାରୁ ଏକ ଜୀବନ୍ତ ବଜ୍ରକାପ୍ତ ଓ ୨ କେଜି ୭ଶହ ଗ୍ରାମ କାତି ଜବତ କରାଯାଇଛି। ଏଥିସହ ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଅଟକ ରଖାଯାଇଛି।

    ସିନାପାଲି ରେଞ୍ଜ ନଙ୍ଗଲବୋଡ଼ ଗ୍ରାମରେ କିଛି ଲୋକ ଏକ ଜୀବନ୍ତ ବଜ୍ରକାପ୍ତ ଓ ୨ କେଜି ୭ ଶହ ଗ୍ରାମ କାତି ଧରି ବିକ୍ରି କରିବା ପାଇଁ ଅପେକ୍ଷା କରିଥିବା ବେଳେ ସିନାପାଲି ବନ ଅଧିକାରୀମାନେ ଚଢ଼ଉ କରି ସେମାନଙ୍କୁ ଧରିଥିଲେ। ସିନାପାଲି ରେଞ୍ଜର ମୁରାରୀ ପ୍ରସାଦ ପଣ୍ଡାଙ୍କ ନେତୃତ୍ବରେ ଏହି ଚଢ଼ଉ ହୋଇଥିଲା। ୪ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଥିବା ରେଞ୍ଜର ଶ୍ରୀ ପଣ୍ଡା କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.2 ° C
    38.2 °
    38.2 °
    8 %
    3.6kmh
    0 %
    Sat
    39 °
    Sun
    38 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ