Monday, September 14, 2026
29.6 C
Odisha

    ଦୁର୍ନୀତି ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦୁର୍ନୀତି ବିରୋଧରେ କଠୋର ଓ ଅତୁଟ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ପ୍ରଶଂସା କରିବା ସହ ବିରୋଧୀ ଦଳଗୁଡ଼ିକୁ କଡ଼ା ସମାଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ତଦନ୍ତକାରୀ ସଂସ୍ଥାର ଉଲ୍ଲେଖନୀୟ କାର୍ଯ୍ୟକୁ ନେଇ ସେମାନେ ଚିନ୍ତିତ ଅଛନ୍ତି।
    ‘ଇଣ୍ଡିଆ ଟୁଡେ କନ୍‌କ୍ଲେଭ୍‌ ୨୦୨୪’ରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସରକାରଙ୍କ ଏକ ପ୍ରମୁଖ ଦିଗ ଭାବେ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ଉପରେ ଗୁରୁତ୍ୱାରୋପ କରିବା ସହ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତଦନ୍ତକାରୀ ସଂସ୍ଥା ସମ୍ପୂର୍ଣ୍ଣ ସ୍ୱାଧୀନ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ଆମ ଶାସନର ଏକ ପ୍ରମୁଖ ଦିଗ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦୁର୍ନୀତି ବିରୋଧରେ କାର୍ଯ୍ୟ କରିବା ପାଇଁ ପ୍ରତ୍ୟେକ ଏଜେନ୍‌ସି ସମ୍ପୂର୍ଣ୍ଣ ମୁକ୍ତ।
    ତତ୍କାଳୀନ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ସମୟରେ କମ୍‌ ସଂଖ୍ୟକ ମାମଲା ଏବଂ କମ୍‌ ଜବତ ହୋଇଥିବା ଦର୍ଶାଇ ୨୦୧୪ ପୂର୍ବରୁ ତଦନ୍ତକାରୀ ସଂସ୍ଥାକୁ କାମ କରିବାକୁ ଅନୁମତି ଦିଆଯାଇ ନଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି। ପିଏମଏଲଏ ଅଧୀନରେ ୨୦୧୪ ସୁଦ୍ଧା ୧୮୦୦ ମାମଲା ରୁଜୁ ହୋଇଥିଲା। କିନ୍ତୁ ଗତ ୧୦ ବର୍ଷ ମଧ୍ୟରେ ୪,୭୦୦ ମାମଲା ରୁଜୁ ହୋଇଛି। ୨୦୧୪ ସୁଦ୍ଧା କେବଳ ୫ ହଜାର କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଥିବା ବେଳେ ଗତ ୧୦ ବର୍ଷ ମଧ୍ୟରେ ଏହା ଏକ ଲକ୍ଷ କୋଟିରୁ ଅଧିକ ସମ୍ପତ୍ତିକୁ ବୃଦ୍ଧି ପାଇଛି।

    ଆତଙ୍କବାଦକୁ ଅର୍ଥ ଯୋଗାଣ, ସାଇବର ଅପରାଧ ଓ ନିଶାଦ୍ରବ୍ୟ କାରବାରରେ ସମ୍ପୃକ୍ତ ଥିବା ଅନେକ ବ୍ୟକ୍ତିଙ୍କୁ ଇଡି ଗିରଫ କରିବା ସହ ବଡ଼ ଧରଣର ଅପରାଧର ପର୍ଦ୍ଦାଫାସ କର ମୋଟ ୧୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଛି।

    ଏଭଳି ଉଦାହରଣମୂଳକ କାର୍ଯ୍ୟ ଘଟିବା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, କିଛି ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି ହେବା ସ୍ୱାଭାବିକ। ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ କରି ସେ କହିଛନ୍ତି, ଆଉ ଏହି କାରଣରୁ ସେମାନେ ଦିନରାତି ମୋଦୀଙ୍କୁ ଗାଳିଗୁଲଜ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.6 ° C
    29.6 °
    29.6 °
    65 %
    2.1kmh
    11 %
    Mon
    29 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ