Sunday, April 5, 2026
25.5 C
Odisha

    ଫେବୃଆରୀ ୩ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆସନ୍ତା ମାସ ୩ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ ଗତ ଡିସେମ୍ବର ମାସରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ କୌଣସି କାରଣ ବଶତଃ ଏହି ଗସ୍ତ ବାତିଲ ହୋଇଥିଲା। ଗଣମାଧ୍ୟମ ସହ ଆଲୋଚନା କରି ଓଡିଶା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆସନ୍ତା ମାସରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଏହି ଗସ୍ତ ସମୟରେ ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ଉଦଘାଟନ କରିବେ ବୋଲି ସେ କହିଛନ୍ତି। ଏହା ସହ ମନମୋହନ କହିଛନ୍ତି ଯେ, ସେ ୩ ତାରିଖ ଦିନ ପ୍ରଧାନମନ୍ତ୍ରୀ ସାଧାରଣ ସଭା ଓ ଦଳୀୟ ସଭାରେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଯଦି ସେହି ଦିନ ପ୍ରଧାନମନ୍ତ୍ରୀଙ୍କ ରହଣି ହୁଏ ତେବେ ଅନ୍ୟାନ କାର୍ଯ୍ୟକ୍ରମରେ ମଧ୍ୟ ସେ ଯୋଗ ଦେଇପାରନ୍ତି। ତେବେ ଏ ସମ୍ପର୍କରେ ଅନ୍ୟାନ ସ୍ପଷ୍ଟ ସୂଚନା ଖୁବଶୀଘ୍ର ସେ ଗଣମାଧ୍ୟମକୁ ଦେବେ ବୋଲି ମଧ୍ୟ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.5 ° C
    25.5 °
    25.5 °
    65 %
    3.2kmh
    72 %
    Sun
    25 °
    Mon
    38 °
    Tue
    37 °
    Wed
    38 °
    Thu
    36 °

    ସମ୍ବନ୍ଧିତ