Tuesday, March 31, 2026
27.4 C
Odisha

    ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ, ଆପଣଙ୍କ ଭୋଟ୍ ଆପଣଙ୍କ ସ୍ଵର

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାବାସୀଙ୍କୁ ବିନମ୍ର ନିବେଦନ କରିଛନ୍ତି। ନିଜର ମତଦାନ ଅଧିକାରକୁ ସ୍ପଷ୍ଟ ଭାବେ ସାବ୍ୟସ୍ତ କରିବାକୁ ସେ ଆହ୍ବାନ ଦେଇଛନ୍ତି।
    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଏକ୍ସ’ରେ କହିଛନ୍ତି, ଆଜି ଓଡ଼ିଶାରେ ବିଧାନସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଛି। ମୁଁ ରାଜ୍ୟବାସୀଙ୍କୁ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବାକୁ ଆହ୍ବାନ କରୁଛି। ଆପଣଙ୍କ ଭୋଟ୍ ଆପଣଙ୍କ ସ୍ଵର- ଏହାକୁ ଦୃଢ଼ ଓ ସ୍ପଷ୍ଟ ଭାବେ ଉତ୍ତୋଳନ କରନ୍ତୁ।

    ସୂଚନାଯୋଗ୍ୟ, ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଓ କଳାହାଣ୍ଡି ୪ ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା କ୍ଷେତ୍ର ପାଇଁ ମଧ୍ୟ ଏକସଙ୍ଗେ ଭୋଟିଂ ଜାରି ରହିଛି। ଆଜି ରାଜ୍ୟର ୬୨ ଲକ୍ଷ ୮୭ ହଜାର ଭୋଟର ମତଦାନ ସାବ୍ୟସ୍ତ କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.4 ° C
    27.4 °
    27.4 °
    54 %
    2.4kmh
    56 %
    Mon
    28 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ