Thursday, April 2, 2026
25.4 C
Odisha

    ବିଶ୍ୱରେ ଆତଙ୍କବାଦର କୌଣସି ସ୍ଥାନ ନାହିଁ :ମୋଦୀ

    ଆଗକୁ ପଢନ୍ତୁ

    ମଧ୍ୟପ୍ରାଚ୍ୟରେ ଏବେ ଇସ୍ରାଏଲର ତିକ୍ତତା ଏକାଧିକ ଦେଶ ସହ ସୃଷ୍ଟି ହୋଇଛି। ପାଲେଷ୍ଟାଇନ ଓ ଲେବାନନରେ ଇସ୍ରାଏଲ ଘାତକ ଆକ୍ରମଣ ଜାରି ରଖିଛି। ଇରାନ ଓ ୟେମେନ ସହ ମଧ୍ୟ ଇସ୍ରାଏଲ ବିବାଦ ବଢ଼ିବାରେ ଲାଗିଛି। ବିଶେଷ କରି ଲେବାନନରେ ସକ୍ରିୟ ହେଜବୁଲ୍ଲା ମୁଖ୍ୟ ଶେଖ ହାସନ ନସ୍ରଲ୍ଲାଙ୍କୁ ଇସ୍ରାଏଲ ହତ୍ୟା କରିବା ପରେ ବିବାଦ ଚରମ ସୀମାରେ ପହଞ୍ଚିଛି। ଏସବୁ ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଇସ୍ରାଏଲର ପ୍ରତିପକ୍ଷ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ କଥା ହୋଇଛନ୍ତି। ତାଙ୍କ ସହ କଥା ହେବା ବେଳେ ମୋଦି ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏଥିସହ ବିଶ୍ୱରେ ଆତଙ୍କବାଦର କୌଣସି ସ୍ଥାନ ନାହିଁ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।
    ନେତାନ୍ୟାହୁଙ୍କ ସହ ଫୋନରେ କଥା ହେବା ପରେ ମୋଦି ଏ ସମ୍ପର୍କରେ ଏକ୍ସରେ ଗୋଟିଏ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପଶ୍ଚିମ ଏସିଆରେ ଘଟୁଥିବା ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ କଥା ହୋଇଛି। ଆମ ବିଶ୍ୱରେ ଆତଙ୍କବାଦର କୌଣସି ସ୍ଥାନ ନାହିଁ।

    ଆଞ୍ଚଳିକ ବିବାଦକୁ ପ୍ରଶମିତ କରିବା ଓ ସମସ୍ତ ପଣବନ୍ଦୀଙ୍କୁ ସୁରକ୍ଷିତ ରିଲିଜ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ତୁରନ୍ତ ଶାନ୍ତି ପ୍ରତିଷ୍ଠା ଓ ସ୍ଥିରତା ଆଣିବା ଦିଗରେ ଭାରତ ସମର୍ଥନ ଦେବାକୁ ପ୍ରତିଶ୍ରୁତି ବଦ୍ଧ ବୋଲି ସେ ଏକ୍ସରେ କହିଛନ୍ତି। ଅନ୍ୟପକ୍ଷରେ ଲେବାନନରେ ଏୟାର ଷ୍ଟ୍ରାଇକ କରୁଥିବା ଇସ୍ରାଏଲ ତା’ର ଆକ୍ରମଣକୁ ହେଜବୁଲ୍ଲା ବିରୋଧରେ ଆହୁରି ଜୋରଦାର କରିବ ବୋଲି କହିଛି। ଲେବାନନରେ ଗ୍ରାଉଣ୍ଡ ଅପରେସନ ତୁରନ୍ତ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଇସ୍ରାଏଲ କରିବ ବୋଲି ଆମେରିକାକୁ ଜଣାଇଥିବା ରିପୋର୍ଟ ପ୍ରକାଶ ପାଇଛି।

    ଆମେରିକାକୁ ଜଣାଇବା ପରେ ଇସ୍ରାଏଲ ସେନା ଲେବାନନରେ ସ୍ଥଳ ଭାଗ ଦେଇ ପ୍ରବେଶ କରିଥିବା ମଧ୍ୟ କୁହାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    49 %
    1.5kmh
    0 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    34 °

    ସମ୍ବନ୍ଧିତ