Thursday, March 26, 2026
26.8 C
Odisha

    ଭିନେଶଙ୍କ ପ୍ରଶଂସା କରି ଏଭଳି କଥା କହିଲେ ମୋଦୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ୟାରିସ ଅଲିମ୍ପିକ୍ସରେ ଆମ ଦେଶର ପ୍ରତିନିଧିତ୍ୱ କରିଥିବା ଭାରତୀୟ ଦଳଙ୍କ ପ୍ରଶଂସା କରି କହିଥିଲେ, ‘ ମୋ ମତରେ ପ୍ୟାରିସ୍ ଯାଇଥିବା ପ୍ରତ୍ୟେକ ଖେଳାଳି ଚାମ୍ପିୟନ। ଭାରତ ସରକାର କ୍ରୀଡ଼ାକୁ ସମର୍ଥନ ଜାରି ରଖିବେ ଏବଂ ଏକ ଉନ୍ନତମାନର କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ସୁନିଶ୍ଚିତ କରିବେ।’ ଖେଳ କ୍ଷେତ୍ରରେ ହାରିବା ଓ ଜିତିବା ଲାଗି ରହିଥାଏ। ତେବେ ହାରିକି ଯିଏ ଜିତିଥାଏ ତାଙ୍କୁ ହିଁ ବାସ୍ତବ ବିଜୟୀ ବୋଲି କୁହାଯାଇଥାଏ। ଏମିତି ଘଟଣା ନିକଟରେ ପ୍ୟାରିସରେ ଆୟୋଜିତ ହୋଇଥିବା ଅଲିମ୍ପିକ୍ସରେ ଭିନେଶ ଫୋଗଟଙ୍କ ସହିତ ଘଟିଥିଲା।
    ଭିନେଶ ହୁଏତ ଖାଲି ହାତରେ ପ୍ୟାରିସ ଅଲିମ୍ପିକ୍ସରୁ ଫେରିଛନ୍ତି କିନ୍ତୁ ଖେଳରେ ତାଙ୍କ ପ୍ରଦର୍ଶନକୁ ନେଇ ଚାରିଆଡୁ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟି ଆସୁଛି। ଭିନେଶଙ୍କୁ ପ୍ରଶଂସା କରିଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀ ଅଛନ୍ତି।

    ମୋଦୀ ପ୍ୟାରିସ ଅଲିମ୍ପିକ୍ସରେ ଖୁବ ସୁନ୍ଦର ପ୍ରଦର୍ଶନ କରି ଫାଇନାଲରେ ପହଞ୍ଚିଥିବା ପ୍ରଥମ ଭାରତୀୟ ମହିଳା ଭିନେଶ ଫୋଗଟଙ୍କ ଭୁରିଭୁରି ପ୍ରଶଂସା କରି କହିଛନ୍ତି, ‘ ଭିନେଶ ହେଉଛନ୍ତି ଏପରି ଜଣେ ମହିଳା ଯିଏକି ଆମ ଦେଶର ପ୍ରଥମ ମହିଳା ଭାବେ ଅଲିମ୍ପିକ୍ସର ଫାଇନାଲରେ ପ୍ରବେଶ କରିଥିଲେ। ଯାହାକି ଆମ ପାଇଁ ଆମ ଦେଶ ପାଇଁ ଗର୍ବର କଥା।ପ୍ୟାରିସ୍ ଅଲିମ୍ପିକ୍ସରେ ଆମ ଦେଶର ପ୍ରତିନିଧିତ୍ୱ କରିଥିବା ଭାରତୀୟ ଦଳ ସହ କଥାବାର୍ତ୍ତା କରିବା ଆନନ୍ଦଦାୟକ ଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.8 ° C
    26.8 °
    26.8 °
    35 %
    2.2kmh
    0 %
    Thu
    27 °
    Fri
    39 °
    Sat
    39 °
    Sun
    41 °
    Mon
    41 °

    ସମ୍ବନ୍ଧିତ