Saturday, February 21, 2026
33.5 C
Odisha

    ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମୋଦୀଙ୍କ ୧୧ ଦିନିଆ ସ୍ୱତନ୍ତ୍ର ଅନୁଷ୍ଠାନ

    ଆଗକୁ ପଢନ୍ତୁ

    ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ୧୧ ଦିନି ଆ ସ୍ୱତନ୍ତ୍ର ଅନୁଷ୍ଠାନ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି ଅବସରରେ ଏକ ସ୍ୱତନ୍ତ୍ର ଅଡିଓ ବାର୍ତ୍ତା ସେୟାର କରିଛନ୍ତି ଯେଉଁଥିରେ ସେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ।ଏହାସହ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, ରାମଲଲାଙ୍କ ମନ୍ଦିର ପ୍ରତିଷ୍ଠାକୁ ମାତ୍ର ୧୧ ଦିନ ବାକି ରହିଛି । ସେହି ପୂଣ୍ୟ ଅବସରର ସାକ୍ଷୀ ହେଉଥିବାରୁ ନିଜକୁ ସୌଭାଗ୍ୟବାନ ବୋଲି ମୋଦୀ କହିଛନ୍ତି । ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାରା ଦେଶର ପ୍ରତିନିଧିତ୍ୱ କରିବାକୁ ଭଗବାନ ସୁଯୋଗ ଦେଇଛନ୍ତି । ତାହାକୁ ଆଖିରେ ରଖି ୧୧ ଦିନର ବିଶେଷ ଅନୁଷ୍ଠାନ ଆୟୋଜନ କରୁଥିବା ପ୍ରଧାନମନ୍ତ୍ରୀ ଟୁଇଟରେ ଲେଖିଛନ୍ତି । ବର୍ତ୍ତମାନ ନିଜ ଭାବନାକୁ ଶବ୍ଦରେ କହିବା ବହୁତ କଷ୍ଟକର, କିନ୍ତୁ ସେ ଏକ ପ୍ରୟାସ କରିଛନ୍ତି ବୋଲି ଟ୍ୱିଟ୍ କରିଛନ୍ତି ମୋଦୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    33.5 ° C
    33.5 °
    33.5 °
    15 %
    4.2kmh
    11 %
    Sat
    33 °
    Sun
    35 °
    Mon
    36 °
    Tue
    35 °
    Wed
    34 °

    ସମ୍ବନ୍ଧିତ