Sunday, September 27, 2026
22.6 C
Odisha

    ବିମାନ ବନ୍ଦରରୁ ଗିରଫ ହେଲେ ୪୦ କୋଟି ଟଙ୍କା ମୂଲ୍ୟର ‘କୋକେନ୍‌’ ରଖିଥିବା ୨୧ ବର୍ଷୀୟ ଯୁବତୀ

    ଆଗକୁ ପଢନ୍ତୁ

    ମୁମ୍ବାଇ: ‘କୋକେନ୍‌’ ଚୋରା ଚାଲାଣ କରୁଥିବା ଅଭିଯୋଗରେ ଆଜି ମହାରାଷ୍ଟ୍ରର ମୁମ୍ବାଇ ବିମାନ ବନ୍ଦରରେ ଥାଇଲାଣ୍ଡ୍‌ର ଜଣେ ୨୧ ବର୍ଷୀୟ ତରୁଣୀଙ୍କୁ ‘ଡାଇରେକ୍ଟୋରେଟ୍‌ ଅଫ୍‌ ରେଭିନ୍ୟୁ’ (ଡିଆର୍‌ଆଇ) ଗିରଫ କରିଥିବା କଥା ‘ଏନ୍‌ଡିଟିଭି’ ରିପୋର୍ଟ କରିଛି।ବିଶ୍ବସ୍ତସୂତ୍ରରୁ ସୂଚନା ଅନୁସାରେ କାର୍ଯ୍ୟକରି ‘ଡିଆର୍‌ଆଇ’ ଆଗରୁ ପ୍ରସ୍ତୁତ ହୋଇ ରହିଥିଲେ। ଆଡ୍‌ଡିସ୍‌ ଆବାବାରୁ ଆସି ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବାକ୍ଷଣି ସେ ତରୁଣୀଙ୍କୁ ଅଟକ ରଖାଯାଇଥିଲା।

    ‘ଡାଇରେକ୍ଟୋରେଟ୍‌ ଅଫ୍‌ ରେଭିନ୍ୟୁ’ କହିଛି, ବ୍ୟାପକ ତଲାସ ସତ୍ତ୍ବେ ଉକ୍ତ ତରୁଣୀ ପାଖରୁ କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳିଲା ନାହିଁ। କିନ୍ତୁ, ସେ ସାଥିରେ ଆଣିଥିବା ଟ୍ରଲି ବ୍ୟାଗ୍‌ ତନ୍ନ ତନ୍ନ କରି ତଲାସ କରିବା ପରେ ଧଳା ଚୂର୍ଣ୍ଣ ଭଳି କିଛି ପଶିଥିବା ଏକାଧିକ ପ୍ୟାକେଟ୍‌ ମିଳିଥିଲା। ସେ ଚୂର୍ଣ୍ଣ ବା ପାଉଡର୍‌କୁ ପରୀକ୍ଷା କରିବାରୁ ଜଣାପଡ଼ିଲା ଯେ, ତାହା କୋକେନ୍‌। ଜବତ କରାଯାଇଥିବା ସେ କୋକେନ୍‌ର ଆନୁମାନିକ ବଜାର ଦର ୪୦ କୋଟି ଟଙ୍କା ହେବ। ‘ନାକ୍ରୋଟିକ୍‌ ଡ୍ରଗ୍‌ସ୍‌ ଆଣ୍ଡ୍‌ ସାଇକୋଟ୍ରପିକ୍‌ ସବ୍‌ଷ୍ଟାନ୍‌ସ୍‌’ (ଏନ୍‌ଡିପିଏସ୍‌) ଆଇନ ଅନୁଯାୟୀ ସେ ତରୁଣୀଙ୍କୁ ଗିରଫ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.6 ° C
    22.6 °
    22.6 °
    96 %
    1.5kmh
    65 %
    Sat
    22 °
    Sun
    29 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ