Friday, September 11, 2026
23.5 C
Odisha

    ଚଟାଣରେ ଶୋଉଛନ୍ତି ପ୍ରଧାନମନ୍ତ୍ରୀ, କେବଳ ପଇଡ଼ ପାଣି ପିଉଛନ୍ତି

    ଆଗକୁ ପଢନ୍ତୁ

    ଅଯୋଧ୍ୟାରେ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ପୂର୍ବରୁ ୧୧ ଦିନିଆ ‘ଅନୁଷ୍ଠାନ’ରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ କମ୍ବଳକୁ ବ୍ୟବହାର କରି ଚଟାଣରେ ଶୋଉଛନ୍ତି ଓ କେବଳ ପଇଡ଼ ପାଣି ପିଉଛନ୍ତି। ଆଜି କିଛି ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି। ଜାନୁଆରୀ ୧୨ ତାରିଖରୁ ପ୍ରଧାନମନ୍ତ୍ରୀ ‘ଅନୁଷ୍ଠାନ’ରେ ଅଛନ୍ତି। ସେଥିପାଇଁ ସେ ସମସ୍ତ ନୀତି ନିୟମକୁ କଡ଼ାକଡ଼ି ଭାବେ ପାଳନ କରୁଛନ୍ତି। ‘ଅନୁଷ୍ଠାନ’ରେ ରହିବା ପୂର୍ବରୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାରାଦେଶକୁ ପ୍ରତିନିଧିତ୍ୱ କରିବାକୁ ଭଗବାନ ତାଙ୍କୁ ବାଛିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସେ ୧୧ ଦିନ ପାଇଁ ସ୍ୱତନ୍ତ୍ର ଧାର୍ମିକ ରୀତିନୀତି ଭିତରେ ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଭଳି ଏକ ଐତିହାସିକ ଓ ପବିତ୍ର କାର୍ଯ୍ୟକ୍ରମର ସେ ସାକ୍ଷୀ ହେବାକୁ ଯାଉଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି ବୋଲି କହିଥିଲେ।

    ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିରର ପ୍ରତିଷ୍ଠା ହେବ। ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଗତକାଲି ରାତିରେ ରାମ ଲଲାଙ୍କ ମୂର୍ତ୍ତିକୁ ମନ୍ଦିରକୁ ଅଣାଯାଇଛି। ଶ୍ରୀ ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ଏହି ସୂଚନା ଦେଇଛନ୍ତି।

    ମନ୍ଦିର ପ୍ରତିଷ୍ଠାକୁ ଆଉ ୪ ଦିନ ବାକି ଥିବା ବେଳେ ଏବେ ନୀତି ନିୟମ ଅନୁଯାୟୀ ଅନ୍ୟ ସବୁ ପୂଜା କାର୍ଯ୍ୟ କରାଯାଉଛି। ଏସବୁ କାର୍ଯ୍ୟ ପ୍ରତିଷ୍ଠା ଉତ୍ସବ ପର୍ଯ୍ୟନ୍ତ ଚାଲିବ। ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ସେହିପରି ମନ୍ଦିର ଟ୍ରଷ୍ଟ ପକ୍ଷରୁ ୭୦୦୦ରୁ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ସେମାନଙ୍କ ମଧ୍ୟରେ ରାଜନେତା, ସେଲେବ୍ରିଟି, ଶିଳ୍ପପତି, ସାଧୁସନ୍ଥ ଓ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.5 ° C
    23.5 °
    23.5 °
    98 %
    1.2kmh
    100 %
    Fri
    26 °
    Sat
    27 °
    Sun
    28 °
    Mon
    31 °
    Tue
    31 °

    ସମ୍ବନ୍ଧିତ