Wednesday, July 1, 2026
27.6 C
Odisha

    କାନାଡାରେ ହିନ୍ଦୁ ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ମୋଦୀଙ୍କ ନିନ୍ଦା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କାନାଡାରେ ହିନ୍ଦୁ ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିକ୍ରିୟା ଆସିଛି । ସୋମବାର ରାତିରେ ସେ ତାଙ୍କ ପୋଷ୍ଟରେ କହିଛନ୍ତି, କାନାଡାରେ ହିନ୍ଦୁ ମନ୍ଦିର ଉପରେ ଜାଣିଶୁଣି ହୋଇଥିବା ଆକ୍ରମଣକୁ ମୁଁ ଦୃଢ଼ ନିନ୍ଦା କରୁଛି। ଆମ କୂଟନୀତିଜ୍ଞମାନଙ୍କୁ ଭୟଭୀତ କରିବାର କାପୁରୁସତାପୂର୍ଣ୍ଣ ପ୍ରୟାସ ମଧ୍ୟ ସେତିକି ଭୟଙ୍କର। ଏଭଳି ହିଂସାକାଣ୍ଡ ଭାରତର ସଂକଳ୍ପକୁ କେବେ ବି ଦୁର୍ବଳ କରିବ ନାହିଁ। ଆମେ ଆଶା କରୁଛୁ ଯେ କାନାଡା ସରକାର ନ୍ୟାୟ ସୁନିଶ୍ଚିତ କରିବେ ଏବଂ ଆଇନର ଶାସନକୁ ବଜାୟ ରଖିବେ।
    ଏହା ପୂର୍ବରୁ ଭାରତର ବୈଦେଶିକ ମନ୍ତ୍ରାଳୟ ବି ଏହାକୁ ବିରୋଧ କରିଥିଲା । କାନାଡାର ବ୍ରାମ୍ପଟନରେ ହୋଇଥିବା ହିଂସାକାଣ୍ଡ ସମ୍ପର୍କରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତରଦେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଗତକାଲି ଅଣ୍ଟାରିଓର ବ୍ରାମ୍ପଟନରେ ଥିବା ହିନ୍ଦୁ ସଭା ମନ୍ଦିରରେ ଉଗ୍ରବାଦୀ ଏବଂ ବିଚ୍ଛିନ୍ନତାବାଦୀଙ୍କ ଦ୍ୱାରା ହୋଇଥିବା ହିଂସାକୁ ଆମେ ନିନ୍ଦା କରୁଛୁ। ଆମେ କାନାଡା ସରକାରଙ୍କୁ ଅନୁରୋଧ କରୁଛୁ ଯେ ସମସ୍ତ ଉପାସନା ସ୍ଥଳକୁ ଏଭଳି ଆକ୍ରମଣରୁ ସୁରକ୍ଷିତ ରଖନ୍ତୁ । ହିଂସାକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆମେ ଆଶା କରୁଛୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.6 ° C
    27.6 °
    27.6 °
    79 %
    1.8kmh
    100 %
    Wed
    29 °
    Thu
    32 °
    Fri
    31 °
    Sat
    32 °
    Sun
    31 °

    ସମ୍ବନ୍ଧିତ