Monday, September 28, 2026
29.4 C
Odisha

    ହୋଟେଲ ଓ ରେଷ୍ଟୁରାଣ୍ଟ ମାଲିକଙ୍କୁ ଆଶ୍ଵସ୍ତି, କମିଲା କମର୍ସିଆଲ୍ ଗ୍ୟାସ ସିଲିଣ୍ଡର ଦର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଲଗାତାର ଦରବୃଦ୍ଧି ପରେ ହୋଟେଲ ଓ ରେଷ୍ଟୁରାଣ୍ଟ ମାଲିକଙ୍କୁ ଆଶ୍ଵସ୍ତି । କମର୍ସିଆଲ୍ ଏଲପିଜି ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ତେଲ ମାର୍କେଟିଂ କମ୍ପାନୀଗୁଡ଼ିକ ତରଫରୁ ୧୯ କିଲୋଗ୍ରାମ ବିଶିଷ୍ଟ ବ୍ୟବସାୟିକ ସିଲିଣ୍ଡର ମୂଲ୍ୟରେ ୧୮୩.୫୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇଛି । ଏହି ନୂଆ ଦର ଆଜି ଠାରୁ ଲାଗୁ ହୋଇଛି ।

    ଚଳିତ ବର୍ଷ ପ୍ରାରମ୍ଭରେ ଇରାନ ବିବାଦ କାରଣରୁ ଆନ୍ତର୍ଜାତୀୟ ସ୍ତରରେ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା, ଯାହାଫଳରେ ଗ୍ୟାସ ଦର ଆକାଶଛୁଆଁ ହୋଇଥିଲା । ତେବେ ବର୍ତ୍ତମାନ ସ୍ଥିତି ସୁଧୁରିବା ସହ ସାଉଦି କଣ୍ଟ୍ରାକ୍ଟ ପ୍ରାଇସ୍ (CP) ଭଳି ଗ୍ଲୋବାଲ୍ ବେଞ୍ଚମାର୍କ ହ୍ରାସ ପାଇଥିବାରୁ ଏହି ମୂଲ୍ୟ ସଂଶୋଧନ କରାଯାଇଛି। ସ୍ଥାନୀୟ ଟ୍ୟାକ୍ସ ଏବଂ ପରିବହନ ଖର୍ଚ୍ଚ ଯୋଗୁଁ ବିଭିନ୍ନ ସହରରେ ଏହି ହ୍ରାସ ପରିମାଣ ୧୭୪ ଟଙ୍କାରୁ ୧୮୩.୫୦ ଟଙ୍କା ମଧ୍ୟରେ ରହିଛି । ଦିଲ୍ଲୀରେ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୩,୧୧୩.୫୦ ଟଙ୍କାରୁ କମି ୨,୯୩୦ ଟଙ୍କା ହୋଇଛି । ଗତ ମେ ମାସରେ ଏକକାଳୀନ ୯୯୩ ଟଙ୍କା ବୃଦ୍ଧି ପାଇଥିଲା । ଏହାଦ୍ଵାରା ହୋଟେଲ, ରେଷ୍ଟୁରାଣ୍ଟ, କ୍ୟାଟରିଂ ଏବଂ ଛୋଟ ଖାଦ୍ୟ ବ୍ୟବସାୟୀମାନେ ପ୍ରବଳ ଆର୍ଥିକ ଚାପରେ ଥିଲେ । ହସ୍ପିଟାଲିଟି କ୍ଷେତ୍ରର ବିଭିନ୍ନ ବ୍ୟବସାୟିକ ସଂଘ ଏହି ନିଷ୍ପତ୍ତିକୁ ସ୍ଵାଗତ କରିଛନ୍ତି। ସାଧାରଣ ଗ୍ରାହକ ବ୍ୟବହାର କରୁଥିବା ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ବିଶ୍ଵ ବଜାରର ଅସ୍ଥିରତାରୁ ସାଧାରଣ ଜନତାଙ୍କୁ ସୁରକ୍ଷିତ ରଖିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.4 ° C
    29.4 °
    29.4 °
    68 %
    2.9kmh
    13 %
    Mon
    28 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ