Tuesday, October 22, 2024
29.1 C
Odisha

    ପିଏନବୀରେ ଅଛି କି ଆକାଉଣ୍ଟ? ଏହି କାରଣ ପାଇଁ ବନ୍ଦ ହୋଇପାରେ ଆପଣଙ୍କ ଖାତା!

    ଆଗକୁ ପଢନ୍ତୁ

    ପଞ୍ଜାବ ନେସନାଲ ବ୍ୟାଙ୍କ(PNB) ବର୍ତ୍ତମାନ ଅନେକ ଲୋକଙ୍କର ଖୁବ ପସନ୍ଦ ପାଲଟିଛି । ତେବେ ଏହି ବ୍ୟାଙ୍କକୁ ନେଇ ବର୍ତ୍ତମାନ ଏକ ବଡ଼ ଖବର ସାମନାକୁ ଆସିଛି । ଏହି ବ୍ୟାଙ୍କରେ ଆକାଉଣ୍ଟ ଥିବା ଗ୍ରାହକମାନଙ୍କ ପାଇଁ ଆଲର୍ଟ ଜାରି କରାଯାଇଛି । ପିଏନବିରେ ବ୍ୟାଙ୍କ ଆକାଉଣ୍ଟ ଥିଲେ ଅନେକ ଗ୍ରାହକଙ୍କ ଖାତା ବନ୍ଦ ହେବାର ସମ୍ଭାବନା ରହିଛି । ଗତ ୩ ବର୍ଷରେ କୌଣସି ଟ୍ରାଞ୍ଜାକ୍ସନ ହୋଇ ନଥିବା ଆକାଉଣ୍ଟ ଏବଂ ଜିରୋ ବାଲାନ୍ସ ଥିବା ଆକାଉଣ୍ଟକୁ ବନ୍ଦ କରି ଦିଆ ଯାଇପାରେ। ଜୁନ୍ ୩୦ ତାରିଖ ପରେ ଏହିସବୁ ଆକାଉଣ୍ଟ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଏ ନେଇ ଏକ ପୋଷ୍ଟ କରିଛି ପଞ୍ଜାବ ନେସନାଲ ବ୍ୟାଙ୍କ। ଏଥିରେ କୁହାଯାଇଛି ଯେ, ଅନେକ ଗ୍ରାହକ ୩ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଆକାଉଣ୍ଟରେ କୌଣସି ଟ୍ରାଞ୍ଜାକ୍ସନ କରୁ ନଥିବା ଦେଖାଯାଇଛି। ଏହାବ୍ୟତୀତ ଆକାଉଣ୍ଟରେ ବାଲାନ୍ସ ମଧ୍ୟ ଜିରୋ ରହିଛି । ତେଣୁ ଆକାଉଣ୍ଟର ଏଭଳି ଦୁରୂପୋଯୋଗକୁ ରୋକିବା ପାଇଁ ଏଭଳି ଏକ କଡ଼ା ପଦକ୍ଷେପ ନିଆଯାଇଛି । ଏଥିପାଇଁ ଗ୍ରାହକଙ୍କୁ ବ୍ୟାଙ୍କ ତରଫରୁ ୨୦୨୪ ମେ’ ୧, ମେ’ ୧୬, ମେ’ ୨୪ ଏବଂ ଜୁନ୍ ୧ ତାରିଖରେ ୱେବସାଇଟ ତଥା ସୋସିଆଲ ମିଡିଆ ଜରିଆରେ ନୋଟିସ ମଧ୍ୟ ଦିଆଯାଇଛି । ତେବେ ଏହି ଖାତା ବନ୍ଦ କରିବାରୁ ରକ୍ଷା ପାଇବା ପାଇଁ ଜୁନ୍ ୩୦ ତାରିଖ ସୁଦ୍ଧା ଆକାଉଣ୍ଟକୁ ସକ୍ରିୟ କରିବାକୁ ପଡ଼ିବ ।
    ପଞ୍ଜାବ ନେସନାଲ ବ୍ୟାଙ୍କ ତରଫରୁ କୁହାଯାଇଛି ଯେ, ଜୁନ୍ ୩୦ ତାରିଖ ପରେ ଏହିସବୁ ଆକାଉଣ୍ଟକୁ କୌଣସି ନୋଟିସ ବିନା ବନ୍ଦ କରି ଦିଆଯିବ । ତେବେ ଡିମେଟ ଆକାଉଣ୍ଟ (Demat Accounts) ସହ ଲିଙ୍କ ହୋଇଥିବା ଖାତାଗୁଡ଼ିକୁ ବନ୍ଦ କରାଯିବ ନାହିଁ । ସେହିଭଳି ୨୫ ବର୍ଷରୁ କମ୍ ବୟସର ଗ୍ରାହକଙ୍କ ଷ୍ଟୁଡେଣ୍ଟ ଆକାଉଣ୍ଟ, ନାବଳକଙ୍କ ଖାତା, SSY/PMJJBY/PMSBY/APY ଭଳି ଯୋଜନା ପାଇଁ ଖୋଲାଯାଇଥିବା ଆକାଉଣ୍ଟଗୁଡ଼ିକ ମଧ୍ୟ ରଦ୍ଦ ହେବନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.1 ° C
    29.1 °
    29.1 °
    48 %
    2.9kmh
    6 %
    Tue
    29 °
    Wed
    28 °
    Thu
    27 °
    Fri
    26 °
    Sat
    22 °

    ସମ୍ବନ୍ଧିତ