ସୂଚନା ଅନୁସାରେ, ମହାବୀର ମନ୍ଦିରରୁ ପ୍ରାୟ ୭ ଶହ ଗ୍ରାମ ରୂପା ଅଳଙ୍କାର ସହିତ କ୍ୟାସ ଡ୍ର ତାଲା ଭାଙ୍ଗି ୫ ହଜାର ଟଙ୍କା ଲୁଟ ହୋଇଛି ଲୁଟ ରୂପା ଅଳଙ୍କାର ମଧ୍ୟରେ ରହିଛି ଠାକୁରଙ୍କ ରୂପା ମୁକୁଟ, ଥାଳି, ଗିନା, କଙ୍କଣ ଓ କିରିଟ ସମେତ ଅନ୍ୟାନ୍ୟ ରୂପା ଅଳଙ୍କାର । ଏହା ସହ ଠାକୁରଙ୍କ ବିଭିନ୍ନ ବାସନକୁସନ, ଦୁଇଟି ପାଣି ଉଠା ମଟର,ଗ୍ରାଇଣ୍ଡର, ସାଉଣ୍ଡ ବକ୍ସ,ଚାଉଳ ବସ୍ତା ଲୁଟ ହୋଇଯାଇଛି l ତାପସ ଓରଫ ପିଙ୍କୁ ଦାସକୁ ସନ୍ଦେହ କରି ଗ୍ରାମବାସୀ ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁସାରେ ଚାଉଳ ବସ୍ତା ନେବା ବେଳେ ଚାଉଳ ପଡି ପଡି ତାପସର ଘର ଯାଏ ଯାଇଥିଲା l ତେବେ ଚୋରି ପରେ ଗ୍ରାମରୁ ପିଙ୍କୁ ଫେରାର ହୋଇଯାଇଥିଲା l ତାପସ ଘର ଯାଏ ପଡ଼ିଥିବା ଚାଉଳ ତାକୁ ଧରାଇ ଦେଇଥିଲା l ପୁଲିସ ତାପସକୁ କାବୁ କରି ସମସ୍ତ ରୂପା ଅଳଙ୍କାର ଏବଂ ସାମଗ୍ରୀ ଜବତ କରିଥିଲା l କୋର୍ଟରେ ଜାମିନ ଖାରଜ ହୋଇଯିବାରୁ ତାପସକୁ ଝାରପଡା ହାଜତକୁ ପଠାଇ ଦିଆଯାଇଛି l
ସେହିପରି ସୁଶୀଲ ଲାଲାଙ୍କ ଫାର୍ମ ହାଉସ ଗେଟ ତାଲା ଭାଙ୍ଗି ଲୁଟ ଉଦ୍ୟମ ହୋଇଛି l ୩ ବର୍ଷ ତଳେ ଦୁର୍ବୃତ୍ତମାନେ ସଠିଲୋ ଚମ୍ପୁନାଥ ମନ୍ଦିର ଗେଟ ତାଲା ଭାଙ୍ଗି ପ୍ରାୟ ୧୦ ଲକ୍ଷ ଟଙ୍କା ମୂଲ୍ୟର ଠାକୁର ମୂର୍ତ୍ତି ଏବଂ ସୁନା ଓ ରୂପା ଅଳଙ୍କାର ଲୁଟି ନେଇଥିଲେ l
