Thursday, December 12, 2024
17 C
Odisha

    ପୋଢୁଆଁ ହେବେ ବଡଠାକୁର, ଶ୍ରୀମାଧବାନନ୍ଦଙ୍କ ପୀଠରୁ ଆସୁଛି ଭାର

    ଆଗକୁ ପଢନ୍ତୁ

    ପୋଢୁଆଁ ହେବେ ବଡଠାକୁର । ମାମୁଁ ଆସିବ ପୋଢୁଆଁ ଭାର । ନିଆଳିର ଶ୍ରୀମାଧବାନନ୍ଦଜୀଉ ମନ୍ଦିରରୁ ଭଣଜା ପାଇଁ ଯିବ ଓ ନବବସ୍ତ୍ର ସହ ଅଷ୍ଟମୀ ଭାର । ମାର୍ଗଶୀର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ବଡଦିଅଁ ହେବେ ପୋଢୁଆଁ । ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର, ସୁଭଦ୍ରା, ସୁଦର୍ଶନ, ମାଧବ, ଭୂଦେବୀ ଓ ଶ୍ରୀଦେବୀଙ୍କ ପାଇଁ ପାଟବସ୍ତ୍ର ଆସିବ ।‌ ଏହି ପୋଢୁଆଁ ଭାରରେ ଅରୁଆ ଚାଉଳ, ବିରି, ନଡ଼ିଆ, ଗୁଡ, ବିଭିନ୍ନ ପ୍ରକାରର ଫଳମୂଳ ସହ ତୁଳସୀ ଏବଂ ପଦ୍ମଫୁଲ ଆସିବ । ଏକ ଭବ୍ୟ ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟ, ନୃତ୍ୟ କରାଯାଇ ଏହି ଭାର ଶ୍ରୀମନ୍ଦିରକୁ ଅଣାଯିବ । ଏଥି ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି ।

    କାର୍ଯ୍ୟସୂଚୀ ଅନୁଯାୟୀ (ଆଜି) ଶୁକ୍ରବାର ପ୍ରାତଃ ୪ଟା ୩୦ ମିନିଟରେ ଶ୍ରୀମାଧବଙ୍କ ସ୍ନାନ ଓ ମାର୍ଜନା । ସକାଳ ୫ଟାରେ ମହାପ୍ରଭୁଙ୍କ ରାଜା-ରାଜେଶ୍ୱର ବେଶ, ୫ଟା ୩୦ ମିନିଟରେ ଗୋପାଳବଲ୍ଲବ ଭୋଗ ନିତିସାରି ସକାଳ ୭ଟା ୩୦ ମିନିଟ୍ ମାଧବ ମନ୍ଦିରରୁ ପୋଢୁଆଁ ଭାର ନେଇ ଶ୍ରୀମନ୍ଦିର ଅଭିମୁଖେ ଶୋଭାଯାତ୍ରା ଆରମ୍ଭ କରିଛନ୍ତି । ଭୋଇସେବକ ମାନେ ଆଗରେ ପତାକା ଧରି ଚାଲିବେ । ଢୋଲିଆ ଓ ମହୁରିଆ ମଙ୍ଗଳବାଦ୍ୟ ବଜାଇବେ ।

    ଏହା ପଛକୁ ଗଡ଼ୁଆ ସେବକ ପାଇକ ଆଖଡା କରିବେ । ରାମତାଳି / ଲଉଡ଼ି ପ୍ରଦର୍ଶନ କରାଯିବ । ଯାତ୍ରା ବାଟରେ ପ୍ରାୟ ଶତାଧିକ ସୁଶୋଭିତ ସଂକୀର୍ତ୍ତନ ଓ ଘଣ୍ଟ –ପଖୈଜ ଦଳ ଏହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । ବେହେରା ସେବକ ମାନେ ନିଷ୍ଠାର ସହ ଉପବାସ ବ୍ରତ ପାଳି ଏହି ଦିବ୍ୟଭାର ନେଇ ଶ୍ରୀକ୍ଷେତ୍ର ଯାତ୍ରା କରିଛନ୍ତି । ମାଧବର ଛତିଶା ନିଯୋଗୀ, ପ୍ରାଚୀ ଅଞ୍ଚଳର ବହୁ ସାଧୁସନ୍ଥ , ଭକ୍ତ ଓ ଶ୍ରୀଜଗନ୍ନାଥ ପ୍ରେମୀ ଏଥିରେ ସାମିଲ ହୋଇଛନ୍ତି ।

    ଏହି ଶୋଭାଯାତ୍ରା ମାଧବ , ଚନ୍ଦ୍ରମଉଳି , ଚାରିଛକ , ଗୋପ , ଗଣେଶ୍ୱରପୁର , ନାଗପୁର , ଷୋଳପୁର , ମଦରଙ୍ଗ , ଛଇତନା , ବାଲିଘାଇ ଓ ବାଲିଗୁଆଳି ଦେଇ ଅପରାହ୍ଣ ୨ ଟା ୩୦ ସୁଦ୍ଧା ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବ । ସେଠାରୁ ଅପରାହ୍ଣ ୩ ଟାରେ ଦ୍ୱିତୀୟ ପର୍ଯ୍ୟାୟ ଶୋଭାଯାତ୍ରା ଆରମ୍ଭ ହେବ । ଅପରାହଣ ୪ ଟା ସୁଦ୍ଧା ପ୍ରଭୁଙ୍କ ପୋଢୁଆଁ ଭାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚାଇବା ସହ ଏହି ପବିତ୍ର ଯାତ୍ରା ସମ୍ପନ୍ନ ହେବ । ପ୍ରଥମାଷ୍ଟମୀ ଅର୍ଥାତ ଶନିବାର ଦିନ ଶ୍ରୀମନ୍ଦିର କାର୍ଯ୍ୟସୂଚୀ ଅନୁସାରେ ମହାପ୍ରଭୁଙ୍କଠାରେ ପୋଢୁଆଁ ବସ୍ତ୍ର ଲାଗି ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    17 ° C
    17 °
    17 °
    57 %
    1.3kmh
    50 %
    Thu
    17 °
    Fri
    26 °
    Sat
    26 °
    Sun
    26 °
    Mon
    27 °

    ସମ୍ବନ୍ଧିତ