Saturday, October 17, 2026
26.5 C
Odisha

    କଳିଙ୍ଗା ନାକାରେ ପୁଲିସ ପକ୍ଷରୁ କଡ଼ାକଡ଼ି ଯାଞ୍ଚ: ମଦୁଆ ଚାଳକଙ୍କୁ ଅଡ଼ୁଆ, ଚିନ୍ତାରେ ଗଞ୍ଜେଇ ବେପାରୀ

    ଆଗକୁ ପଢନ୍ତୁ

    ଘୁ. ଉଦୟଗିରି: ସାଧାରଣ ନିର୍ବାଚନ-୨୦୨୪ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ କୌଣସି ଅଘଟଣକୁ ପ୍ରଶ୍ରୟ ନଦେବା ପାଇଁ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ପୁଲିସ ସଦାସର୍ବଦା ପ୍ରସ୍ତୁତ ରହିଛି। ପ୍ରଶାସନ ଠାରୁ ଆରମ୍ଭ କରି ପୁଲିସ ପର୍ଯ୍ୟନ୍ତ ସବୁସ୍ତରରେ ପ୍ରସ୍ତୁତି ଜୋରଦାର୍ ହୋଇଛି। ଶୃଙ୍ଖଳା ଦୃଷ୍ଟିରୁ ଗଞ୍ଜାମ-କନ୍ଧମାଳ ସୀମା କଳିଙ୍ଗା ସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳା ସମ୍ମୁଖରେ ସ୍ଥାନୀୟ ପୁଲିସ ପକ୍ଷରୁ ୨୪ ଘଣ୍ଟିଆ ନାକା ଆରମ୍ଭ ହୋଇଛି। ଜଣେ ପୁଲିସ ଅଫିସରଙ୍କ ସମେତ ଫୋର୍ସ ଉପସ୍ଥିତ ରହି ରାସ୍ତାରେ ଯାତାୟାତ କରୁଥିବା ଗାଡ଼ିମଟର ଯାଞ୍ଚ କରୁଛନ୍ତି।
    ଆଜି ସ୍ଥାନୀୟ ଏସ୍‌ଆଇ ଅନନ୍ତ ପ୍ରଧାନ ଉପସ୍ଥିତ ରହି ସମସ୍ତ ଯାନବାହନ ଯାଞ୍ଚ କରିବା ସହିତ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରୁଥିବା ଦେଖିବାକୁ ମିଳିଛି। ମଦୁଆମାନଙ୍କୁ ଯାଞ୍ଚ କରିବା ସହିତ ଗାଡି ଗୁଡ଼ିକର ଡିକି ଖୋଲି, କାଗଜ ପତ୍ର ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି। ମଦୁଆମାନଙ୍କ ଠାରୁ ଜରିମାନା ମଧ୍ୟ ଆଦାୟ କରିବା ସହିତ ସଚେତନ କରୁଛନ୍ତି । ମଦ୍ୟପାନ କରି ଗାଡ଼ି ଚାଳନା କରନ୍ତୁ ନାହିଁ ବୋଲି ଗାଡ଼ି ଚାଳକଙ୍କୁ ସଚେତନ କରିବା ସହିତ ସୁରକ୍ଷୀତ ଯାତ୍ରା ନିମନ୍ତେ କାମନା କରିଛନ୍ତି।
    ନିଜର ନିଷ୍ଠା କର୍ତ୍ତବ୍ୟ ବଳରେ ଅଞ୍ଚଳର ସମସ୍ତ ପୁଲିସ କର୍ମଚାରୀ ଦିନ ରାତି ନିଜ କର୍ତ୍ତବ୍ୟକୁ ହେଳା ନ କରି ଲୋକଙ୍କ ସେବା କରି ଆସୁଛନ୍ତି। ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପ୍ରୟାସ କରିଛନ୍ତି। ସେପଟେ ନିର୍ବାଚନ ନିମନ୍ତେ ସମସ୍ତେ ପ୍ରସ୍ତୁତ ହେଉଥିବା ବେଳେ ଆଇନ ପରିସ୍ଥିତ ଯେପରି ନ ଉପୁଜେ ସେଥି ନିମନ୍ତେ ପ୍ରୟାସ କରୁଥିବା ବେଳେ ଆଜି କାଲି ଅନେକ ଗଞ୍ଜେଇ ଚୋରା ଚାଲାଣ ମଧ୍ୟ ହେଉଥିବା ବେଳେ ତାହା ରୋକିବା ପାଇଁ ମଧ୍ୟ ପ୍ରୟାସ କରୁଛନ୍ତି ପୁଲିସ ଅଧିକାରୀ। ବିଗତ ଦିନ ମାନଙ୍କରେ ଗଞ୍ଜେଇ ଚାଲାଣ ବେଳେ ଗଞ୍ଜେଇ ସହିତ କାର ଜବତ କରି କୋର୍ଟ ଚାଲାଣ କରିଥିବା ସୂଚନା ମଧ୍ୟ ରହିଛି। ତେବେ ଏହିପରି କାର୍ଯ୍ୟ ନିମନ୍ତେ ଅଞ୍ଚଳବାସୀ ପ୍ରସଂଶା କରୁଥିବା ବେଳେ ଅଞ୍ଚଳରେ ମଧ୍ୟ ଶାନ୍ତି ଶୃଙ୍ଖଳା ଜାହିର ରହିଛି। ସେପଟେ ସ୍ଥାନୀୟ ଥାନାଧିକାରୀ ଭଗବାନ ପୂଜାରୀ ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.5 ° C
    26.5 °
    26.5 °
    83 %
    1.3kmh
    90 %
    Sat
    24 °
    Sun
    30 °
    Mon
    31 °
    Tue
    30 °
    Wed
    29 °

    ସମ୍ବନ୍ଧିତ