Sunday, September 27, 2026
23.6 C
Odisha

    ଶିମିଳିପାଳ ଲୁଲୁଙ୍ଗରେ ଖସିପଡି ପର୍ଯ୍ୟଟକଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ବାରିପଦା: ଶିମିଳିପାଳ ପ୍ରବେଶ ପଥ ଲୁଲୁଙ୍ଗକୁ ବଣଭୋଜି ପାଇଁ ଆସିଥିବା ବେଳେ ରବିବାର ଅପରାହ୍ନରେ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ଲୁଲୁଙ୍ଗର ପଳପଳା ଝରଣା ପାଣିରେ ଖସିପଡିବାରୁ ଯୁବକ ଜଣଙ୍କ ଗୁରୁତର ଆହାତ ହୋଇଥିଲେ । ସାଙ୍ଗ ମାନେ ତାଙ୍କୁ ସଜ୍ଞା ହୀନ ଭାବେ ଉଦ୍ଧାର କରି ସ୍ଥାନୀୟ ପିଆର ଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଣିଥିଲେ । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବକ ଜଣଙ୍କ ହେଲେ ବାଲେଶ୍ବର ଆଇଟିଆର କଲୋନୀ ଅଞ୍ଚଳର ରିଙ୍କୁ ଓରଫ ବିଶ୍ଵ ସୁନ୍ଦର ଜେନା(୨୯)। ତାଙ୍କ ବାପା ରମେଶ ଚନ୍ଦ୍ର ଜେନା ଚାନ୍ଦିପୁର ଡିଆରଡିଓରେ କାର୍ଯ୍ୟରତ ।

    ପୁଅ ବିଶ୍ବ ସୁନ୍ଦର ରବିବାର ୧୧ ଜଣ ସାଙ୍ଗ ମିଶି ଲୁଲୁଙ୍ଗକୁ ବଣଭୋଜି ପାଇଁ ଆସିଥିଲେ। ଖାଇବା ପୂର୍ବରୁ ଝରଣାକୁ ଗାଧୋଇବାକୁ ଯାଇଥିଲେ ଥିବା ବେଳେ ପାଣିରେ ଖସି ବୁଡି ଯାଇ ମୃତ୍ୟୁ ହୋଇଛି। ଖବର ପାଇ ବାରିପଦା ସଦର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ ଯୁବକ ଜଣଙ୍କ ବିଟେକ ଇଞ୍ଜିନିୟର । ଜାନୁଆରୀ ମାସରେ ରେଳବାଇରେ ଚାକିରୀ କରିଥାନ୍ତେ । ସେହିପରି ତାଙ୍କର ଭଉଣୀଙ୍କର ନିକଟରେ ବାହାଘର ହେବାକୁ ଲଗ୍ନ ସ୍ଥିରୀକୃତ ସରିଛି । ଏପରି ସ୍ଥିତିରେ ଅଘଟଣକୁ ପରିବାରବର୍ଗ ଓ ସ୍ଥାନୀୟ ବାସିନ୍ଦା ମର୍ମାହତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଜଳପ୍ରପାତ, ନଦୀ ଓ ଝରଣା ଆଦି ପର୍ଯ୍ୟଟନ ସ୍ଥଳରେ ଅନୁରୂପ ଘଟଣା ବାରମ୍ବାର ଘଟୁଥିବା ବେଳେ ପର୍ଯ୍ୟଟକଙ୍କ ସୁରକ୍ଷା ଓ ସେ ସମ୍ପର୍କିତ ସୂଚନା ପାଇଁ ବ୍ୟବସ୍ଥା କରାଯିବାକୁ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଦାବି କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    89 %
    1.4kmh
    2 %
    Sun
    24 °
    Mon
    30 °
    Tue
    29 °
    Wed
    29 °
    Thu
    30 °

    ସମ୍ବନ୍ଧିତ