Wednesday, May 8, 2024
34 C
Odisha

    କେନ୍ଦୁପତ୍ର ତୋଳାଳି ଶ୍ରମିକ, ସିଜନାଲ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରତାରଣା : ପ୍ରଦୀପ ପୁରୋହିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ଆଜି ରେଢ଼ାଖୋଲର ଚାରମାଲଠାରେ ଏକ ବିରାଟ କେନ୍ଦୁପତ୍ର ଶ୍ରମିକ ସମାବେଶରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୋଗ ଦେବେ ବୋଲି ଆଗରୁ ଘୋଷଣା ହୋଇଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ଶ୍ରିମକ ସଭାକୁ ଆସିଲେ ନାହିଁ । ବିଜେଡିର ମଙ୍ଗ ଧରି ଥିବା ତଥା ୫ଟି ଅଧ୍ୟକ୍ଷ ଶ୍ରୀ ଭିକେ ପାଣ୍ଡିଆନଙ୍କ ଦ୍ୱାରା କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ ଯାହା ଘୋଷଣା କଲେ କେବଳ ତାହା ପ୍ରତାରଣା ଓ ଧୋକା ଛଡା ଅନ୍ୟ କିଛି ନୁହେଁ । ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି କେନ୍ଦୁପତ୍ର ଶ୍ରମିକ, ତୋଳାଳିମାନଙ୍କୁ ଏକ ମିଥ୍ୟା ପ୍ରତିଶ୍ରୁତିର ସୁନେଲୀ ସ୍ୱପ୍ନ ଦେଖାଇଛନ୍ତି । ସଂଘ ତରଫରୁ ବହୁଦିନ ଆଗରୁ କେନ୍ଦୁପତ୍ର ତୋଳାଳିମାନଙ୍କୁ ୧୦୦ପ୍ରତିଶତ ବୋନସ ଦେବା ପାଇଁ ଦାବି କରାଯାଇଆସୁଥିଲା । ମୁଖ୍ୟମନ୍ତ୍ରୀ ନବୀନ ବାବୁ ମଧ୍ୟ କେନ୍ଦୁପତ୍ର ତୋଳାଳିମାନଙ୍କୁ ଲାଭାଂଶର ୧୦୦ପ୍ରତିଶତ ବୋନସ ଦେବା ପାଇଁ ଅନେକଥର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହା ଯେ, ଆଜି ମାତ୍ର ୫୦ପ୍ରତିଶତ ବୋନସ ଦେବା କଥା ସରକାର ଘୋଷଣା କଲେ । ଦ୍ୱିତୀୟରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ବିଗତ ଦିନରେ ହୋଇଥିବା ଯୁକ୍ତିନାମା ଅନୁସାରେ ସର୍ବନିମ୍ନ ମଞ୍ଜୁରୀ ବୃଦ୍ଧି ହେଲେ ତଦ୍‌ନୁସାରେ ସିଜନାଲ କର୍ମଚାରୀଙ୍କ ଦରମା ବୃଦ୍ଧି ହେବା ଚୁକ୍ତିପତ୍ରରେ ଉଲ୍ଲେଖ ଥିଲା । ୨୦୨୧ ମସିହାରେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ହୋଇସାରିଥିବା ସତ୍ୱେ ସିଜନାଲ କର୍ମଚାରୀମାନଙ୍କ ଦରମା ବୃଦ୍ଧି ରାଜ୍ୟ ସରକାର କଲେ ନାହିଁ । ଆଜି ରେଢ଼ାଖୋଲ ସମାବେଶରେ ଅତି ସ୍ୱଳ୍ପ ଦରମା ବୃଦ୍ଧି କରି ସିଜନାଲ କର୍ମଚାରୀମାନଙ୍କୁ ପ୍ରତାରଣା କରିଛନ୍ତି ନବୀନ ବାବୁ । ଶାସନକୁ ଆସିବା ମାତ୍ରେ କେନ୍ଦୁପତ୍ର ତୋଳାଳୀଙ୍କ ଦୀର୍ଘ ଦିନର ଦାବୀକୁ ପୂରଣ କରିବ ବିଜେପି ବୋଲି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ।
    ୨୦୨୧ ମସିହାରୁ ବୃଦ୍ଧି ଦରମାର ବକେୟା ଦରମା ଦେବା ପାଇଁ ମଧ୍ୟ ସିଜନାଲ କର୍ମଚାରୀଙ୍କୁ ରାଜ୍ୟ ସରକାର ପ୍ରଦାନ କରନ୍ତୁ । ୧୯୭୩ ମସିହାରେ ସ୍ୱର୍ଗତଃ ନନ୍ଦୀନି ଶତପଥୀ ମୁଖ୍ୟମନ୍ତ୍ରୀ ଥିବା ସମୟରେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ତୋଳାଳି, ସିଜନାଲ କର୍ମଚାରୀ, ବନ୍ଧେଇ ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ଦେବା ପାଇଁ ତତ୍‌କାଳୀନ ସରକାର କେନ୍ଦୁପତ୍ର ସଂସ୍ଥାକୁ ଘରୋଇକରଣରୁ ମୁକ୍ତି କରି ନିଜ ହାତକୁ ନେଇଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ନବୀନ ବାବୁଙ୍କ ସରକାର ଯିଏ କେନ୍ଦୁପତ୍ର ଶ୍ରମିକଙ୍କ ଦରଦୀବନ୍ଧୁ ବୋଲି ପରିଚୟ ଦେଉଛନ୍ତି, କେନ୍ଦୁପତ୍ର ସଂସ୍ଥାକୁ ଘରୋଇକରଣ କରିବାର ପ୍ରକ୍ରିୟା ଆରମ୍ଭ କରିସାରିଲେଣି । ଓଡ଼ିଶାର ରାୟଗଡା, ନବରଙ୍ଗପୁର କେନ୍ଦୁପତ୍ର ଡିଭିଜନକୁ ସମ୍ପୂର୍ଣ୍ଣ ଘରୋଇକରଣ କରି ତାମିଲ ବ୍ୟବସାୟୀମାନଙ୍କ ହାତରେ ଅର୍ପଣ କରିସାରିଲେଣି । ସେ ଅଂଚଳରେ ତାମିଲ ବ୍ୟବସାୟୀମାନଙ୍କ ପ୍ରବେଶ ସହ କେନ୍ଦୁପତ୍ର ତୋଳାଳି ଓ ଶ୍ରମିକମାନଙ୍କୁ ଶୋଷଣ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛନ୍ତି । ଭବାନିପାଟଣା ଓ ଖଡିଆଡର କିଛି ଅଂଚଳକୁ ମଧ୍ୟ ତାମିଲ ବ୍ୟବସାୟୀମାନଙ୍କ ହାତରେ ଅର୍ପଣ କରିବାର ପକ୍ରିୟା ଚାଲିଛି । ବିବାହ ସହାୟତା, ଛାତ୍ର ବୃତିକୁ ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କେନ୍ଦୁପତ୍ର ତୋଳାଳି ଓ ଶ୍ରମିକମାନଙ୍କୁ ସୁବିଧା ଯୋଗାଇ ଦେଲେ ନାହିଁ । ରେଢ଼ାଖୋଲ ସମାବେଶରେ ଓଡ଼ିଶା ସରକାର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳି ଶ୍ରମିକମାନଙ୍କୁ ଯେଉଁ ପ୍ରତାରଣା ଓ ଧୋକା ଦେଇଛନ୍ତି ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ କେନ୍ଦୁପତ୍ର ତୋଳାଳି ଓ ଶ୍ରମିକମାନେ ବିଜେଡିକୁ ଉଚିତ ଜବାବ ଦେବେ ବୋଲି ଶ୍ରୀ ପୁରୋହିତ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    34 ° C
    34 °
    34 °
    36 %
    1kmh
    20 %
    Wed
    38 °
    Thu
    38 °
    Fri
    40 °
    Sat
    41 °
    Sun
    41 °

    ସମ୍ବନ୍ଧିତ