Monday, October 5, 2026
29.8 C
Odisha

    ଏମ୍ସ ଭୁବନେଶ୍ବରରେ ମୃତ୍ୟୁ ଘଟଣା: ରିପୋର୍ଟରୁ ସ୍ପଷ୍ଟ- ଜୀବନ ହାରିଥିଲେ ବୃଦ୍ଧ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ଭୁବନେଶ୍ବରରେ ଆଜି ସକାଳୁ ଜଣେ ବୃଦ୍ଧ ରୋଗୀ ଦିଲୀପ ସାହୁଙ୍କ ମୃତ୍ୟୁ ନେଇ କାରଣ ଜଣାପଡ଼ିଛି। ଏମ୍ସ ଭୁବନେଶ୍ବର କର୍ତ୍ତୃପକ୍ଷ କହିଛନ୍ତି ଯେ, ଦିଲୀପ ସାହୁ ଅର୍ଥୋପେଡିକ୍‌ ୱାର୍ଡରେ ଜୀବନ ହାରିଛନ୍ତି। ପୋଷ୍ଟମର୍ଟମ ରିପୋର୍ଟରୁ ତାଙ୍କର ମୃତ୍ୟୁ ନେଇ ରିପୋର୍ଟରୁ ଏହା ଜଣାପଡ଼ିଛି ବୋଲି ଏମ୍ସ ପକ୍ଷରୁ କୁହାଯାଇଛି।

    ଏମ୍ସ ଭୁବନେଶ୍ବର ପକ୍ଷରୁ କୁହାଯାଇଛି ଯେ, ଦିଲୀପ ସାହୁଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ୭୦ ବର୍ଷୀୟ ବୃଦ୍ଧ ରୋଗୀ ଜଣକ କେଉଁ ପରିସ୍ଥିତିରେ ଜୀବନ ହାରିଲେ ସେନେଇ ତଦନ୍ତ କରିବେ। ଏହି ଟିମ୍‌ରେ ଏମ୍ସର ୬ଜଣିଆ ଟିମ୍ ସାମିଲ ଅଛନ୍ତି। ଏମ୍ସ ପକ୍ଷରୁ କୁହାଯାଇଛି ଯେ, ଚିକିତ୍ସା ସେବା ଯୋଗାଇ ଦେବାରେ କର୍ମଚାରୀମାନେ ଅବହେଳା କରିନାହାନ୍ତି। ସୋମବାର ରାତି ଗୋଟାଏ ପର୍ଯ୍ୟନ୍ତ ନର୍ସିଂ ଟିମ ତାଙ୍କ କାର୍ଯ୍ୟ ତୁଲାଇଥିଲେ। ଏହା ପରେ ନର୍ସିଂ ଷ୍ଟାଫ ରାତି ଗୋଟାଏ ୧୫ ମିନିଟରେ ରୋଗୀ ଫ୍ୟାନରେ ଝୁଲି ପଡିଥିବା ଦେଖିଥିଲେ।

    ଯାଜପୁର ଜିଲ୍ଲା ଅଟଳପୁର ଅଞ୍ଚଳର ଦିଲୀପ ସାହୁ ରୋଗରେ ପୀଡ଼ିତ ଥିଲେ। ତାଙ୍କୁ ଗତ ୫ ତାରିଖରେ  ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଚିକିତ୍ସା ଜାରି ଥିବା ବେଳେ ଆଜି ରାତିରେ ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଡାକ୍ତରଖାନାର କର୍ମଚାରୀ, ନର୍ସ ଓ ସିକ୍ୟୁରିଟି ଗାର୍ଡ ଥିବା ସତ୍ତ୍ଵେ କେମିତି ରୋଗୀ ଜଣକ ଜୀବନ ହାରିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.8 ° C
    29.8 °
    29.8 °
    52 %
    1.6kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ