Friday, September 20, 2024
24.1 C
Odisha

    ଦରବୃଦ୍ଧି ପ୍ରସଙ୍ଗରେ ସରକାରକୁ ଘେରିଲା ବିଜେଡି । କହିଲା, ମନ୍ତ୍ରୀଙ୍କ ବୟାନ ଦୁର୍ଭାଗ୍ୟଜନକ । ଦରଦାମକୁ ନିୟନ୍ତ୍ରଣ କରନ୍ତୁ ରାଜ୍ୟ ସରକାର

    ଆଗକୁ ପଢନ୍ତୁ

    ରାଜ୍ୟରେ ଦରଦାମ ବୃଦ୍ଧି ନେଇ ବର୍ଷିଲା ବିଜେଡି । ସିଧାସଳଖ ରାଜ୍ୟ ସରକାରଙ୍କୁ କଲା ଟାର୍ଗେଟ । ଆଜି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ଏବଂ ଲେଖାଶ୍ରୀ ସାମନ୍ତସିଂହାର ଦରବୃଦ୍ଧି ପ୍ରସଙ୍ଗରେ ସରକାରକୁ ଘେରିଥିଲେ । ପ୍ରମିଳା କହିଥିଲେ, ରାଜ୍ୟରେ ପରିବର୍ତନ ଓ ସୁଶାସନ ନାରା ଦେଇ ଦରଦାମ ଆକାଶଛୁଆଁ କରିଛନ୍ତି । ସାଧାରଣ ଲୋକ ଆଶା କରୁଛନ୍ତି ଭଲ ଖାଇବେ ଓ ଶସ୍ତାରେ ପାଇବେ, ତେଣୁ ଚାଉଳ, ଡାଲି, ପନିପରିବା ଦର ବୃଦ୍ଧି ରାଜ୍ୟ ସରକାର ନିୟନ୍ତ୍ରଣ କରି ଲୋକଙ୍କୁ ନ୍ୟାୟ ଦିଅନ୍ତୁ । ତେବେ ମନ୍ତୀ କହୁଛନ୍ତି ଦରଦାମରେ ସରକାରଙ୍କ ନିୟନ୍ତ୍ରଣ ନାହିଁ, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସାଧାରଣ ଲୋକ ଶସ୍ତାରେ କେମିତି ଜିନିଷ ପାଇବେ, ସେ ବ୍ୟବସ୍ଥା ରାଜ୍ୟ ସରକାର କରନ୍ତୁ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି । ଏତିସହ ବିଜେଡି ଏ ପ୍ରସଙ୍ଗରେ ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ସେ କହିଛନ୍ତି । ଅନ୍ୟପଟେ ଲେଖାଶ୍ରୀ କହିଛନ୍ତି, ଯଦି ବିଜେପିର ବିଜୟ ଉତ୍ସବ ସରିଲାଣି, ତା ହେଲେ ଯେଉଁ ଭୋଟରେ ଜିତିଛନ୍ତି ସେ ଓଡ଼ିଶାବାସୀଙ୍କ ହିତ କଥା ଚିନ୍ତା କରନ୍ତୁ । ଦରଦାମ ହୁ ହୁ ହୋଇ ବଢୁଛି, ଆଉ ଦାୟିତ୍ୱହୀନ ମନ୍ତବ୍ୟ ଦେଇଛନ୍ତି ମନ୍ତ୍ରୀ । ସରକାରଙ୍କ ଦାୟିତ୍ୱ ହେଉଛି, ଦରଦାମ ନିୟନ୍ତ୍ରଣରେ ରଖିବା । ଯାହା ଫଳରେ ଲୋକେ ଜିନିଷ କିଣି ବ୍ୟବହାର କରି ପାରିବେ । କିନ୍ତୁ ରାଜ୍ୟ ସରକାର ହାତ ଟେକି ଦେବା ଦୁର୍ଭାଗ୍ୟଜନକ ବୋଲି ଲେଖାଶ୍ରୀ କହିଛନ୍ତି
    ସେ ଆହୁରି ମଧ୍ୟ କହିଛନ୍ତି ଯେ, ମନ୍ତ୍ରୀ ଅସହାୟତା ପ୍ରକାଶ କରିଛନ୍ତି । ବାହାର ରାଜ୍ୟରୁ ପରିବା ଆସୁଛି, ସେଠି ଦର ବଢିଛି ବୋଲି ଏଠି ବଢୁଛି ବୋଲି ମନ୍ତ୍ରୀ କହୁଛନ୍ତି, ଯାହାକି ସତ୍ୟ ନୁହେଁ । ବ୍ୟବସାୟୀ ସଂଘ କହୁଛି ହୋର୍ଡିଂ ଯୋଗୁଁ ଦର ବଢୁଛି । ଅନ୍ୟପଟେ ଓଡ଼ିଶା ଚାଉଳ ବଳକା ରାଜ୍ୟ, ତାହେଲେ ଏଠି ଚାଉଳ ଦର କେମିତି ବଢୁଛି ? ଏଠି ଚାଉଳ ହୋର୍ଡିଙ୍ଗ ହେଉଛି, ମିଡ ଡେ ମିଲ ଵି ପ୍ରଭାଭିତ ହେଉଛି ବୋଲି କହିଛନ୍ତି ବିଜେଡିର ଏହି ନେତ୍ରୀ । ଖାଲି ସେତିକି ନୁହେଁ, ଦରଦାମ ନିୟନ୍ତ୍ରଣକୁ ନ ଆସିଲେ ଲୋକ ବୋଝରେ ରହିବେ । ରାଜ୍ୟ ସରକାର ଦର ନିୟନ୍ତ୍ରଣ ପାଇଁ କଣ କରୁଛନ୍ତି ତାହା ସ୍ପଷ୍ଟ କରନ୍ତୁ । ରାଜ୍ୟ ସରକାର ନିଜେ କିଣି ଅତ୍ୟାବଶକୀୟ ଜିନିଷ ଲୋକଙ୍କୁ ଶସ୍ତାରେ ବିକନ୍ତୁ ବୋଲି ଲେଖାଶ୍ରୀ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    91 %
    1kmh
    100 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ