Wednesday, April 1, 2026
26.5 C
Odisha

    କ୍ଷମତାକୁ ଆସିବାର ଘଣ୍ଟାକ ଭିତରେ ବନ୍ଦ୍‌ ହେବ ମଦ: ପ୍ରଶାନ୍ତ କିଶୋର

    ଆଗକୁ ପଢନ୍ତୁ

    ପାଟ୍‌ନା: ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବିହାରରେ ନିର୍ବାଚିତ ହୋଇ କ୍ଷମତାକୁ ଆସିଲେ ଏକ ଘଣ୍ଟା ମଧ୍ୟରେ ମଦ ଉପରେ ପ୍ରତିବନ୍ଧକ ଲଗାଇବେ ବୋଲି ବୟାନ ଦେବା ପରେ ତାଙ୍କର ଏହି ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଅ‌କ୍ଟୋବର ୨ ତାରିଖରେ ସେ ତାଙ୍କ ଦଳ ‘ଜନ୍‌ ସୂରଜ’କୁ ଲଞ୍ଚ୍‌ କରିବାକୁ ଯାଉଥିବା ବେଳେ ଗଣମାଧ୍ୟମରେ ଏପରି ସୂଚନା ଦେଇଛନ୍ତି।

    କିଶୋର ବର୍ତ୍ତମାନର ନିଷେଧାଦେଶକୁ ପ୍ରଭାବହୀନ ବୋଲି କହି ସେ ସମାଲୋଚନା କରିଛନ୍ତି। ତାଙ୍କ କହିବା ମୁତାବକ ଏହି ନିଷେଧାଦେଶ ବରଂ ବେନିୟମ୍‌ ‘ହୋମ୍‌ ଡେଲିଭରି’ (ଘରକୁ ମଦ ଯୋଗାଣ)କୁ ବୃଦ୍ଧି କରାଉଛି।

    କିଶୋର ଆହୁରି ମଧ୍ୟ କହିଛନ୍ତି ଯେ ସେ “କାବିଲିୟତ୍ କି ରଜନୀତି (ଦକ୍ଷତା ଆଧାରରେ ରାଜନୀତି)” ରେ ସେ ବିଶ୍ବାସ କରନ୍ତି। ଗଣମାଧ୍ୟମକୁ ସୂଚନା ଦେଇ କିଶୋର ନିଶ୍ଚିତ କରିଛନ୍ତି ଯେ ଅକ୍ଟୋବର ୨ ତାରିଖରେ ଆରମ୍ଭ ହେବାକୁ ଥିବା ତାଙ୍କ ରାଜନୈତିକ ଦଳ ‘ଜନ୍‌ ସୂରଜ’ ଆସନ୍ତା ବର୍ଷ ବିହାର ବିଧାନସଭା ନିର୍ବାଚନରେ ​​ସମସ୍ତ ୨୪୩ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ।

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ଭଳି ନେତାଙ୍କ ନିର୍ବାଚନ ପ୍ରଚାର ପରିଚାଳନା କରିଥିବା କିଶୋର କହିଛନ୍ତି, “ମୁଁ ଏହା ସ୍ପଷ୍ଟ କରିଦେଉଛି ଯେ ‘ଜନ ସୁରଜ’ ସମସ୍ତ ୨୪୩ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ, ଗୋଟିଏ କମ୍ ନୁହେଁ।’’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    26.5 ° C
    26.5 °
    26.5 °
    34 %
    1.4kmh
    23 %
    Tue
    26 °
    Wed
    39 °
    Thu
    40 °
    Fri
    40 °
    Sat
    40 °

    ସମ୍ବନ୍ଧିତ