Sunday, April 12, 2026
31.2 C
Odisha

    ୨୦୨୪ ରଥଯାତ୍ରା ଲାଗି ପ୍ରସ୍ତୁତି ଆରମ୍ଭ

    ଆଗକୁ ପଢନ୍ତୁ

    ପୁରୀ: ୨୦୨୪ ରଥଯାତ୍ରା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ମାଳ, ପତନି, ଲାଗିଲୁଗା ସହ ଟାକୁଆ ସରପୁଳି,ବିରିପିଠା ଓ ଲଡୁ ମହାପ୍ରସାଦ ନେଇ ରଥ ତତ୍ତ୍ୱାବଧାରକଙ୍କ ନେତୃତ୍ୱରେ ଏକ ତିନିଜଣିଆ ପ୍ରତିନିଧି ଦଳ ଆସନ୍ତା ୧ ତାରିଖରେ ନୟାଗଡ଼ ଅଭିମୁଖେ ଯାତ୍ରା କରିବେ। ରଥ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ, ଭୋଇ ସର୍ଦ୍ଦାର ରବି ଭୋଇ ଓ ଅମିନ ଲକ୍ଷ୍ମଣ ମହାପାତ୍ର ପ୍ରମୁଖ ତିନିଜଣ ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ବଡ଼ମୂଳସ୍ଥିତ ବଡ଼ରାଉଳ ଠାକୁରାଣୀଙ୍କୁ ନିମନ୍ତ୍ରଣ ଲାଗି ଯାତ୍ରା କରିବେ। ଆସନ୍ତା ୨ ତାରିଖରେ ବଡ଼ରାଉଳ ଠାକୁରାଣୀଙ୍କ ମନ୍ଦିରରେ ହୋମ ପୁଜାର୍ଚ୍ଚନା ଆଦି କରାଯିବ। ଠାକୁରାଣୀଙ୍କୁ ମାଳ ମହାପ୍ରସାଦ ଓ ଲାଗିଲୁଗା ଲାଗି କରାଯିବ। ଏହାପରେ ମହାପ୍ରଭୁଙ୍କ ରଥ ନିର୍ମାଣ ଲାଗି ଆବଶ୍ୟକୀୟ ଅସନ, ଫାସି ଓ ଧଉରା କାଠ ଆଦିକୁ ଚିହ୍ନଟ କରାଯିବ। ତାପରେ ଆଗାମୀ ରଥଯାତ୍ରା ପାଇଁ ରଥନିର୍ମାଣ ନିମନ୍ତେ ରଥକାଠ କଟାଯିବା ପାଇଁ ମା ବଡରାଉଳ ଠାକୁରାଣୀଙ୍କ ଠାରୁ ଅନୁମତି ନିଆଯିବାର ବିଧି ପରମ୍ପରା ଏବେବି ରହିଆସିଛି। ସେହି ଅନୁସାରେ ଏହାପରେ ନୟାଗଡ ବନଖଣ୍ଡ ପକ୍ଷରୁ କାଠକଟା ପ୍ରସ୍ତୁତି ଆରମ୍ଭ ହେବ। ତେବେ ମହାପ୍ରଭୁଙ୍କ ତିନିରଥ ନିର୍ମାଣରେ ମୋଟ ୮୬୫ ଖଣ୍ଡ କାଠ ଲାଗିଥାଏ। ତତମଧ୍ୟରୁ ପ୍ରାୟ ୬୫ ଖଣ୍ଡ କାଠ ଗତ ବର୍ଷରୁ ବଳକା ରହିଛି। ଚଳିତ ବର୍ଷ ୮୦୦ ଖଣ୍ଡ କାଠ ଆବଶ୍ୟକ ରହିଛି। ଅବଶିଷ୍ଟ କାଠ ନୟାଗଡ଼ ଓ ବୌଦ୍ଧରୁ ଆସିବ। ପ୍ରଥମ ପର୍ଯ୍ୟାୟ କାଠ ପହଞ୍ଚିବା ପରେ ଶ୍ରୀପଞ୍ଚମୀ ଦିନ ତିନିଖଣ୍ଡ ଧଉରାକାଠକୁ ନେଇ ରଥକାଠ ଅନୁକୂଳ ହେବାର ପରମ୍ପରା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.2 ° C
    31.2 °
    31.2 °
    15 %
    1.2kmh
    0 %
    Sun
    33 °
    Mon
    41 °
    Tue
    42 °
    Wed
    43 °
    Thu
    44 °

    ସମ୍ବନ୍ଧିତ