Thursday, May 9, 2024
28.2 C
Odisha

    ‘ମେଟ୍ରୋ ପ୍ରକଳ୍ପ’ – ବିଜେଡିର ନିର୍ବାଚନୀ ଥୋପ: ଦିଲୀପ ମଲ୍ଲିକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା ୦୧/୦୧: ରାଜ୍ୟ ସରକାର ଓ ଶାସକ ଦଳର ନେତାମାନେ ରାତିଅଧିଆ ଅବାସ୍ତବ ସ୍ୱପ୍ନ ଦେଖି ଦେଇ ଭୁବନେଶ୍ୱର ତଥା ଓଡିଶାବାସୀଙ୍କୁ ବୁଝାଇବା ପାଇଁ ପ୍ରଚେଷ୍ଟା କରୁଛନ୍ତି । ବିକାଶ ନୁହେଁ ଭୁବନେଶ୍ୱରବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଗୋଲାପୀ ଚିତ୍ର ଓ ନିର୍ବାଚନ ଭେଳିକି ଦେଖାଉଛନ୍ତି । ମେଟ୍ରୋ ଟ୍ରେନ ପାଇଁ ବଜେଟ୍‌ରେ କୈାଣସି ଆର୍ଥିକ ବ୍ୟବସ୍ଥା କରିନାହାନ୍ତି ରାଜ୍ୟ ସରକାର । ଶାସକ ବିଜେଡିର ନୂଆ ନେତା ପାଣ୍ଡିଆନ ବାବୁ ‘ଖୁଂଟ’ ଓ ‘ଷ୍ଟେସନ’ ଗଣିଦେଲେ ମେଟ୍ରୋ ହୁଏ ନାହିଁ । ତାହା ପାଇଁ ସଠିକ ଯୋଜନା ଏବଂ ଆବଶ୍ୟକୀୟ ଟଙ୍କା ଜରୁରୂୀ ରହିଛି । ମେଟ୍ରୋ ପାଇଁ ନବୀନ ବାବୁ ଯୋଜନା କରିବା ବ୍ୟୟ ବରାଦ କରନ୍ତୁ । ନିର୍ବାଚନ ପରିପ୍ରେକ୍ଷୀରେ ଅତୀତରେ ଅନେକ ଯୋଜନାର ଶୁଭାରମ୍ଭ କରିଥିଲେ ନବୀନ ବାବୁ । ଯାହା ପରବର୍ତୀ ସମୟରେ “ମହା ଆଡମ୍ବରେ ଲଘୁ କ୍ରିୟା” ସଦୃଶ ହୋଇ ରହିଗଲା । ପ୍ରଚାର ସର୍ବସ୍ୱ ‘ନବୀନ ବାବୁ’ ନିର୍ବାଚନ ଭେଳିକି ଭୁବନେଶ୍ୱର ତଥା ଓଡିଶାବାସିଙ୍କୁ ଦେଖାଇବାରୁ କ୍ଷ୍ୟାନ୍ତ ରୁହନ୍ତୁ ବୋଲି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ କହିଛନ୍ତି ।
    କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଦେଇ ଭୁବନେଶ୍ୱରକୁ ସରସ ସୁନ୍ଦର କରିବେ ବୋଲି ସ୍ୱପ୍ନ ଦେଖିଥିଲେ ଏବଂ ଏଥିପାଇଁ ସ୍ମାର୍ଟ ସିଟିର ମାନ୍ୟତା ଦେବା ସହିତ ସ୍ୱତନ୍ତ୍ର ଭାବେ ଆର୍ଥିକ ବ୍ୟବସ୍ଥା କରିଥିଲେ । ଏହା ବ୍ୟତୀତ ସ୍ୱେରେଜ, ଡ୍ରେନେଜ, ରାସ୍ତାଘାଟ, ଟ୍ରାଫିକ ନିୟନ୍ତ୍ରଣ, ଗମନାଗମନ, ଅଣ୍ଡରଗ୍ରାଉଣ୍ଡ କେବଲିଂ ଆଦି ପାଇଁ ବ୍ୟାପକ ମାତ୍ରାରେ ଆର୍ଥୀକ ଅନୁଦାନ ମୋଦି ସରକାର ରାଜ୍ୟକୁ ଦେଇଛନ୍ତି । କିନ୍ତୁ ୨୩ ବର୍ଷର ନବୀନ ସରକାର ରାଜଧାନୀ ଭୁବନେଶ୍ୱରରେ ଅଳିଆ ଗଦାର କୃତ୍ରିମ ପାହାଡ ସୃଷ୍ଟି କରିବା ସହ ପରିବେଶକୁ “ଗନ୍ଧମୟ” କରିଦେଇଛି । ‘ଡେଙ୍ଗୁ ସହର’ର ଅଲୋଡା ମାନ୍ୟତା ପାଇଛି ଭୁବନେଶ୍ୱର । ଅସରାଏ ବର୍ଷା ହେଲେ ରାଜଧାନୀ ଭୁବନେଶ୍ୱରରେ ‘ଅଦିନିଆ ବନ୍ୟା’ର ଭ୍ରମ ସୃଷ୍ଟି କରିବାରେ ସଫଳତା ପାଇଛି ବିଜେଡି ସରକାର । ଭୁବନେଶ୍ୱରର ଅଳିଆ ସଫା କରିପାରୁନଥିବା ସରକାର ମେଟ୍ରୋ କରିବା କହିବା ଅତ୍ୟନ୍ତ ହାସ୍ୟାସ୍ପଦ । ଆଜିର ଏଭଳି ଭବ୍ୟ କାର୍ଯ୍ୟକ୍ରମ କେବଳ ନିର୍ବାଚନୀ ଥୋପ ଏବଂ ନିଜର ଅପରାଗତାକୁ ଲୁଚାଇବା ଉଦ୍ଦେଶ୍ୟରେ ଶାସକ ବିଜେଡି ଆୟୋଜନ କରିଛି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.2 ° C
    28.2 °
    28.2 °
    54 %
    2.9kmh
    7 %
    Thu
    29 °
    Fri
    39 °
    Sat
    40 °
    Sun
    40 °
    Mon
    40 °

    ସମ୍ବନ୍ଧିତ