Thursday, April 2, 2026
25.4 C
Odisha

    ଶଶୁରଘରେ ପହଞ୍ଚିଲେ ବିଦେଶୀ ଜ୍ବାଇଁ: ପ୍ରିୟଙ୍କାଙ୍କ ସ୍ବାମୀ ନିକ୍‌ ଜୋନସ ଓ ତାଙ୍କର ଦୁଇ ଭାଇଙ୍କୁ ସ୍ବାଗତ କଲା ଭାରତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଲୋଲାପାଲୋଜା ୨୦୨୪ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିପାଇଁ କେବଳ ବଲିଉଡ ନୁହେଁ ହଲିଉଡର ସେଲିବ୍ରେଟମାନେ ମଧ୍ୟ ପ୍ରସ୍ତୁତ ଥିବା ଦେଖାଯାଉଛି।ଏହି ସମୟରେ ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ନିକ ଜୋନାସ, ତାଙ୍କ ଭାଇ କେଭିନ ଜୋନାସ ଏବଂ ଜୋ ଜୋନାସ ମୁମ୍ବାଇରେ ପହଞ୍ଚିଛନ୍ତି, ଯାହାର ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ପ୍ରିୟଙ୍କା ଚୋପ୍ରାଙ୍କ ବିଷୟରେ ସେମାନଙ୍କୁ ପଚାରୁଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ କିଛି ଲୋକ ସେମାନେ ପ୍ରିୟଙ୍କାଙ୍କ ଭଉଣୀ ମନ୍ନାରା ଚୋପ୍ରାଙ୍କ ପାଇଁ ‘ବିଗ୍ ବସ୍‌ ୧୭’ ଗ୍ରାଣ୍ଡ ଫାଇନାଲରେ ଯୋଗଦେବାକୁ ଆସିଛନ୍ତି ବୋଲି ଆଲୋଚନା କରୁଛନ୍ତି।ପାପାରାଜି ସେୟାର କରିଥିବା ଭିଡିଓରେ ଜୋନାସ୍ ବ୍ରଦର୍ସ ହସୁଥିବା ଏବଂ କ୍ୟାମେରା ପାଇଁ ପୋଜ୍ କରୁଥିବା ନଜର ଆସିଛନ୍ତି। ନିକ ତାଙ୍କ ଆଖପାଖର ଲୋକଙ୍କୁ ଧନ୍ୟବାଦ ଦେଉଥିବାର ନଜର ଆସିଛନ୍ତି।
    ଏହି ଭିଡିଓ ସେୟାର କରିବାବେଳେ ପାପାରାଜି ଲେଖିଛନ୍ତି, ‘‘ଜୁଜୁ ଏବଂ ତାଙ୍କ ଭାଇ ଆସିଛନ୍ତି।’’ ଜଣେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ପ୍ରକାଶ କରି ଲେଖିଛନ୍ତି, ‘‘ନିକ ଜୋନାସ ଜଣେ ଭାରତୀୟ ଜ୍ବାଇଁ’’। ସେହିପରି ଅନ୍ୟ ଜଣେ ଲେଖିଛନ୍ତି, ‘‘ଜ୍ବାଇଁଙ୍କୁ ଶଶୁରଘରକୁ ସ୍ବାଗତ।’’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    49 %
    1.5kmh
    0 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    34 °

    ସମ୍ବନ୍ଧିତ