Saturday, May 4, 2024
26.4 C
Odisha

    ପ୍ରେମିକକୁ ଦେଖା କରିବାକୁ ଆସି ଫିସିଗଲା ପ୍ରେମିକା, ମହିଳାଙ୍କୁ ଗଛରେ ବାନ୍ଧି ପୁଲିସ ଜିମା ଦେଲେ ସ୍ତ୍ରୀ ଓ ଗାଁ ଲୋକେ

    ଆଗକୁ ପଢନ୍ତୁ

    ମହଙ୍ଗା ପଡିଲା ପରକୀୟା ପ୍ରୀତି । ପ୍ରେମିକକୁ ଦେଖା କରିବାକୁ ଆସି ଫିସିଗଲା ପ୍ରେମିକା । ମହିଳାଙ୍କୁ ଗଛରେ ବାନ୍ଧି ପୁଲିସ ଜିମା ଦେଲେ ଲୋକେ । ବାଲେଶ୍ୱର ସୋର ଅଞ୍ଚଳର ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।ସୂଚନା ମୁତାବକ, ସୋର କମରପୁର ଗାଁ ଜଣେ ବିବାହିତ ବ୍ୟକ୍ତିଙ୍କୁ ପ୍ରେମ କରୁଥିଲେ ମହିଳା । ଉଭୟଙ୍କ ପ୍ରେମ ପାଇଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ମଧ୍ୟ ହେଉଥିଲା । ତେବେ ଗତକାଲି ରାତିରେ ସମ୍ପୃକ୍ତ ମହିଳାଙ୍କୁ ଦେଖା କରିବାକୁ ଯୁବକ ଜଣଙ୍କ ତାଙ୍କ ଘରକୁ ଡାକିଥିଲେ । ମହିଳା ଜଣଙ୍କ ରାତିରେ ଆସି ତାଙ୍କ ଘର ପାଖରେ ପହଞ୍ଚିିବା ପରେ ଯୁବକଙ୍କ ପତ୍ନୀ ଓ ଗାଁ ଲୋକେ ତାଙ୍କୁ ଧରି ଗଛରେ ବାନ୍ଧି ଦେଇଥିଲେ । ପରେ ସୋର ପୁଲିସକୁ ଏସମ୍ପର୍କରେ ଜଣାଇଥିଲେ । ଘଟଣାସ୍ଥଳରେ ପୁଲିସ ପହଂଚି ମହିଳାଙ୍କୁ ଉଦ୍ଧାର କରି ଥାନାକୁ ଆଣିଛି । ସମ୍ପୃକ୍ତ ମହିଳା ଜଣଙ୍କ ସୋର ଅଞ୍ଚର ବୋଲି ଜଣାପଡିଛି । ସେ ବିବାହ କରିଥିବା ବେଳେ ତାଙ୍କର ଛାଡପତ୍ର ହୋଇସାରିଥିବା ଜଣାପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.4 ° C
    26.4 °
    26.4 °
    68 %
    2kmh
    0 %
    Fri
    26 °
    Sat
    42 °
    Sun
    44 °
    Mon
    45 °
    Tue
    37 °

    ସମ୍ବନ୍ଧିତ