Friday, December 27, 2024
19.2 C
Odisha

    ପ୍ରିୟଙ୍କାଙ୍କ ବିଜୟ ପରେ ସଂସଦରେ ଗାନ୍ଧୀ ପରିବାରର ଏବେ ତିନି ସଦସ୍ୟ

    ଆଗକୁ ପଢନ୍ତୁ

    ୱାୟାନାଡ: ପ୍ରିୟଙ୍କା ଗାନ୍ଧୀଙ୍କୁ ନେଇ ଚର୍ଚ୍ଚା । ଭାଇ ରାହୁଲଙ୍କୁ ପଛରେ ପକାଇଦେଲେ ପିୟଙ୍କା । ଏନେଇ  ଖୁବ୍ ଚର୍ଚ୍ଚା ସାଉଁଟୁଛନ୍ତି ପ୍ରିୟଙ୍କା ଭାଦ୍ରା ଗାନ୍ଧୀ । ପ୍ରିୟଙ୍କାଙ୍କ ଲୋକପ୍ରିୟତା ରାହୁଲଙ୍କଠୁ ବି ଅଧିକ ପ୍ରମାଣିତ ହେଲା  ୱାଏନାଡ ଉପନିର୍ବାଚନ  ଫଳାଫଳରେ । ବିପଳୁ ଭୋଟରେ ବିଜୟୀ ହୋଇଛନ୍ତି ସୋନିଆ ଗାନ୍ଧିଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀ । ପରୋକ୍ଷ ରାଜନୀତିରେ ସକ୍ରିୟ ଥିଲେ ପ୍ରିୟଙ୍କା । ଭାଇ ରାହୁଲଙ୍କ ପାଇଁ ନିର୍ବାଚନୀ ପ୍ରଚାରରେ ସବୁବେଳେ ଆଗରେ ଥାନ୍ତି ସେ । ଛାଇ ଭଳି ଭାଇ ପାଖେ ପାଖେ ରହିଥାନ୍ତି । କିନ୍ତୁ ଏବେ ପ୍ରତ୍ୟେକ୍ଷ ନିର୍ବାଚନକୁ ଓହ୍ଲାଇଥିଲେ ପ୍ରିୟଙ୍କା । ବିପୁଳମାତ୍ରାରେ ଜନତାଙ୍କ ସମର୍ଥନ ପାଇ ବିଜୟୀ ହୋଇଛନ୍ତି ପ୍ରିୟଙ୍କା । ୱାଏନାଡରୁ ବିଜୟୀ ହେବା ପରେ ଏବେ ଭାଇ ରାହୁଲଙ୍କ ସହ ପ୍ରିୟଙ୍କାଙ୍କୁ ଲୋକସଭାରେ ଦେଖିବାକୁ ମିଳିବ । ତେବେ ସଂସଦରେ ଗାନ୍ଧୀ ପରିବାରର ଏବେ ତିନି ସଦସ୍ୟ । ସେ ପୁଣି ମା, ପୁଅ ଏବଂ ଝିଅ ।  କିଏ କାହାଠାରୁ ବି କମ ନୁହଁନ୍ତି । ୱାଏନାଡର ଉପନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀ ସିପିଆଇର ସତ୍ୟମ ମୋକେରୀଙ୍କୁ ୪ ଲକ୍ଷ ୧୦ ହଜାର ଭୋଟ୍ ହରାଇଛନ୍ତି  ।

    କଂଗ୍ରେସର ମହାସଚିବ ପ୍ରିୟଙ୍କାଙ୍କ ଏହା ଥିଲା  ପ୍ରଥମ ନିର୍ବାଚନ ଲଢେଇ । ପ୍ରତ୍ୟେକ୍ଷ ରାଜନୀତିରେ ବହୁ ଡେରିରେ ପାଦ  ରଖିଥିଲେ ମଧ୍ୟ ପ୍ରିୟଙ୍କା ପୂର୍ବରୁ ମା ଏବଂ ଭାଇ ପାଇଁ ନିର୍ବାଚନ ପ୍ରଚାର କରିବା ସମୟ ଲୋକଙ୍କ ମନକୁ ଛୁଇଁ ସାରିଥିଲେ । ୨୦୦୪ରେ ଲୋକସଭା ନିର୍ବାଚନରେ ମା ସୋନିଆ ଗାନ୍ଧୀଙ୍କ ନିର୍ବାଚନ ପ୍ରଚାର ପରିଚାଳକ ଥିଲେ ପ୍ରିୟଙ୍କା । ଭାଇ ରାହୁଲ ଗାନ୍ଧୀଙ୍କ ନିର୍ବାଚନ ପରିଚାଳନାରେ ମଧ୍ୟ ସାହାଯ୍ୟ କରିଥିଲେ । ୨୩ ଜାନୁଆରୀ  ୨୦୧୯ ରେ ପ୍ରିୟଙ୍କା ଔପଚାରିକ ଭାବେ  ରାଜନୀତିରେ ସାମିଲ ହୋଇଥିଲେ । ଆଉ  କଂଗ୍ରେସ ପାର୍ଟିର ମହାସଚିବ ଭାବେ ବଛା ଯାଇଥିଲେ । ଏଥିସହିତ ତାଙ୍କୁ  ପୂର୍ବ ଉତ୍ତର ପ୍ରଦେଶର ପ୍ରଭାରୀ ଦାୟିତ୍ୱ ମଧ୍ୟ ଦିଆଯାଇଥିଲା  । ୧୧ ସେପ୍ଟେମ୍ବର  ୨୦୨୦ ରେ ପ୍ରିୟଙ୍କାଙ୍କୁ ସମ୍ପୂର୍ଣ୍ଣ ଉତ୍ତର ପ୍ରଦେଶର ପ୍ରଭାରି ଭାବେ ନିଯୁକ୍ତ ଦିଆଗଲା । ସକ୍ରିୟ ରାଜନୀତିରେ ନଥାଇ ମଧ୍ୟ ଅମେଥି ଏବଂ ରାୟବରେଲିରେ କଂଗ୍ରେସେକୁ ମଜଭୁତ କରିବାରେ ପ୍ରିୟଙ୍କାଙ୍କ ଥିଲା ବଡ ଭୂମିକା ।

    ୨୦୨୨ ରେ ଉତ୍ତର ପ୍ରଦେଶ  ବିଧାନସଭା ନିର୍ବାଚନ ପ୍ରିୟଙ୍କାଙ୍କ ନେତୃତ୍ୱରେ ଲଢିଥିଲା ଦଳ । ୧୭ ଜୁନ୍  ୨୦୨୪ ରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଳିକାର୍ଜୁନ ଖଡଗେ ପିୟଙ୍କାଙ୍କୁ ୱାଏନାଡ  ଉପନିର୍ବାଚନ ଲଢିବାକୁ ଘୋଷଣା କଲେ ।  ୱାଏନାଡର ଜନତା ପ୍ରିୟଙ୍କାଙ୍କୁ ତାଙ୍କ ସାଂସଦ ଭାବେ ବାଛିସାରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଗାନ୍ଧୀ ପରିବାରର ଲାଡଲି ଏବଂ ରାହୁଲଙ୍କ ଗେହ୍ଲୀ ଭଉଣୀ ସାଂସଦ ଭାବେ ତାଙ୍କର ଦାୟିତ୍ୱ କିପରି ନିଭାଉଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.2 ° C
    19.2 °
    19.2 °
    85 %
    1.1kmh
    0 %
    Fri
    27 °
    Sat
    28 °
    Sun
    28 °
    Mon
    28 °
    Tue
    29 °

    ସମ୍ବନ୍ଧିତ