Saturday, October 3, 2026
23 C
Odisha

    ଶ୍ରୀମନ୍ଦିରରେ ପଶିଲେ ଅଣହିନ୍ଦୁ: ୫ ଥାନାରେ ଅଟକ

    ଆଗକୁ ପଢନ୍ତୁ

    ପୁରୀ: ଶ୍ରୀମନ୍ଦିରରେ ପଶିଲେ ଅଣହିନ୍ଦୁ। ରବିବାର ଭକ୍ତଙ୍କ ଭିଡ଼ ଭିତରେ ବାଂଲାଦେଶର ୪ ଜଣ ଅଣହିନ୍ଦୁ ମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ତେବେ ଶ୍ରୀମନ୍ଦିର ଭିତରକୁ ଅଣହିନ୍ଦୁଙ୍କ ପ୍ରବେଶ ନିଷିଦ୍ଧ ଥିବାବେଳେ କିପରି ଏମାନେ ପ୍ରବେଶ କଲେ ସେ ନେଇ ବଡ଼ଦେଉଳର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏମାନେ ପ୍ରକୃତରେ ଦର୍ଶନ ଉଦ୍ଦେଶ୍ୟରେ ଆସିଛନ୍ତି ନା ଅନ୍ୟ କିଛି ଉଦ୍ଦେଶ୍ୟ ଥିଲା ତାହାର ଖୋଳତାଡ଼ କରୁଛି ପୁଲିସ।
    ବାଂଲାଦେଶରୁ ୯ ଜଣ ଆସିଥିଲେ। ଏମାନଙ୍କ ମଧ୍ୟରେ ଜଣେ ହିନ୍ଦୁ ଥିବାବେଳେ ୮ ଜଣ ଅଣହିନ୍ଦୁ ରହିଛନ୍ତି। ତେବେ ରବିବାର ସନ୍ଧ୍ୟାରେ ୪ଜଣ ଅଣହିନ୍ଦୁ ସନ୍ଦେହ ଜନକ ଭାବେ ଉତ୍ତର ଦ୍ୱାର ନିକଟ ପରିକ୍ରମା ମାର୍ଗରେ ବସିଥିବା ବଜରଙ୍ଗ ଦଳର କିଛି କର୍ମକର୍ତ୍ତା ଦେଖିଥିଲେ। ସେମାନଙ୍କୁ ପଚରାଉଚରା କରିବା ପରେ ତାଙ୍କର ୫ଜଣ ଲୋକ ମନ୍ଦିରକୁ ଯାଇଥିବା କହିଥିଲେ। ସେମାନଙ୍କ ମଧ୍ୟରେ ଜଣେ ହିନ୍ଦୁ ଓ ୪ଜଣ ଅଣହିନ୍ଦୁ ବୋଲି ସେମାନଙ୍କଠାରୁ ଜାଣିବାକୁ ପାଇଥିଲେ। ଏହାପରେ ବଜରଙ୍ଗ ଦଳର କର୍ମୀମାନେ ସେମାନଙ୍କୁ ସିଂହଦ୍ୱାର ଥାନା ପୁଲିସର ଜିମା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23 ° C
    23 °
    23 °
    86 %
    1.4kmh
    58 %
    Fri
    23 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ