Sunday, February 8, 2026
28.3 C
Odisha

    ପୁରୀ ବାଣ ବିସ୍ଫୋରଣ ଘଟଣା, ଆଉ ୨ ଜଣଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ପୁରୀ ବାଣ ବିସ୍ଫୋରଣ ଘଟଣାରେ ଏବେ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି । ସକାଳେ ଏହି ଏହି ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଏ ପର୍ଯ୍ୟନ୍ତ ମୋଟ ୬ ଜଣଙ୍କର ମୃତ୍ୟୁ ଘଟିଲାଣି । ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ଏହି ଘଟଣାରେ ଆହତ ୨୪ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ପୁରୀ ନରେନ୍ଦ୍ର ପୋଖରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚାପ ଖେଳ ଚାଲିଥିବା ବେଳେ ଆତସବାଜି ସମୟରେ ବାଣ ବିସ୍ଫୋରଣ ଘଟି ସେଠାରେ ଉପସ୍ଥିତ ଥିବା ୩୦ ରୁ ଅଧିକ ଶ୍ରଦ୍ଧାଳୁ ଗୁରୁତର ଭାବେ ପୋଡି ଯାଇଥିଲେ । ଘଟଣା ଦିନ ୩ ଜଣଙ୍କ ପ୍ରାଣ ଚାଲିଯାଇଥିବା ବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ଆଉ ୩ ଜଣଙ୍କ ଜୀବନ ଚାଲିଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.3 ° C
    28.3 °
    28.3 °
    14 %
    3.4kmh
    0 %
    Sun
    29 °
    Mon
    31 °
    Tue
    32 °
    Wed
    33 °
    Thu
    34 °

    ସମ୍ବନ୍ଧିତ