Tuesday, October 22, 2024
29.1 C
Odisha

    ପୁରୀ ବାଣ ବିସ୍ଫୋରଣ ଘଟଣା, ଆଉ ୨ ଜଣଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ପୁରୀ ବାଣ ବିସ୍ଫୋରଣ ଘଟଣାରେ ଏବେ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି । ସକାଳେ ଏହି ଏହି ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଏ ପର୍ଯ୍ୟନ୍ତ ମୋଟ ୬ ଜଣଙ୍କର ମୃତ୍ୟୁ ଘଟିଲାଣି । ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ଏହି ଘଟଣାରେ ଆହତ ୨୪ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ପୁରୀ ନରେନ୍ଦ୍ର ପୋଖରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚାପ ଖେଳ ଚାଲିଥିବା ବେଳେ ଆତସବାଜି ସମୟରେ ବାଣ ବିସ୍ଫୋରଣ ଘଟି ସେଠାରେ ଉପସ୍ଥିତ ଥିବା ୩୦ ରୁ ଅଧିକ ଶ୍ରଦ୍ଧାଳୁ ଗୁରୁତର ଭାବେ ପୋଡି ଯାଇଥିଲେ । ଘଟଣା ଦିନ ୩ ଜଣଙ୍କ ପ୍ରାଣ ଚାଲିଯାଇଥିବା ବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ଆଉ ୩ ଜଣଙ୍କ ଜୀବନ ଚାଲିଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.1 ° C
    29.1 °
    29.1 °
    48 %
    2.9kmh
    6 %
    Tue
    29 °
    Wed
    28 °
    Thu
    27 °
    Fri
    26 °
    Sat
    22 °

    ସମ୍ବନ୍ଧିତ