Saturday, February 22, 2025
25.1 C
Odisha

    ରଥ ପାଇଁ କାଠ ଚିହ୍ନଟ -ନୟାଗଡ଼ ଗଲେ ୪ ଜଣିଆ ଟିମ୍‌

    ଆଗକୁ ପଢନ୍ତୁ

    ପୁରୀ : ୨୦୨୫ ରଥଯାତ୍ରା ପାଇଁ ମହାପ୍ରଭୁଙ୍କ ତିନିରଥ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି । ପରମ୍ପରା ଅନୁଯାୟୀ, ନୟାଗଡ଼ ଜିଲ୍ଲା ଗଣିଆର ବଡ଼ରାଉଳ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା ପରେ ରଥ ପାଇଁ କାଠ ଚିହ୍ନଟ ଓ କାଟିବା ଅନୁକୂଳ ହୋଇଥାଏ । ଏଥିଲାଗି ସୋମବାର ଅପରାହ୍ନରେ ଦାରୁବିଗ୍ରହଙ୍କ ଲାଗି ଖଣ୍ଡୁଆ, ମାଳ, ମାହାର୍ଦ୍ଦ, ପତନୀ, ଧୂପ, ଦୀପ ନେଇ ଶ୍ରୀମନ୍ଦିରର ୪ ଜଣିଆ ଟିମ୍ ନୟାଗଡ଼ ଅଭିମୁଖେ ଯାତ୍ରା କରିଛନ୍ତି । ତତ୍ତ୍ୱାବଧାରକ ସୁଦର୍ଶନ ମେକାପଙ୍କ ନେତୃତ୍ୱରେ ରଥକାଠ ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦ୍ଦାର ରବି ଭୋଇ ଏବଂ ରାକେଶ ରାୟ ରହିଛନ୍ତି । ମଙ୍ଗଳବାର ବଡ଼ରାଉଳ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା ପରେ ରଥ ପାଇଁ କାଠ କଟା ଅନୁକୂଳ ହେବ । ରଥ ସଂହିତା ଅନୁଯାୟୀ, ତିନିରଥ ନିର୍ମାଣ ଲାଗି ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ହୋଇଥାଏ । ଗତବର୍ଷ ଆସିଥିବା କାଠ ମଧ୍ୟରୁ ୫୧ ଖଣ୍ଡ ବଳକା ରହିଛି । ବାକି ୮୧୪ ଖଣ୍ଡ କାଠ ଏଥର ଆସିବ । ଏହି କାଠ ମଧ୍ୟରୁ ସ’ମିଲକୁ ୪୧୮ ଖଣ୍ଡ ଏବଂ ରଥଖଳାକୁ ୩୯୬ ଖଣ୍ଡ କାଠ ଆସିବ । ତତ୍ତ୍ୱାବଧାରକ ମେକାପ କହିଛନ୍ତି, ରଥ ନିର୍ମାଣ ପାଇଁ ଅସନ, ଧଉରା, ଫାଶି, ଶିମିଳି କାଠ ଆସିଥାଏ । ଏଥର ୮୧୪ ଖଣ୍ଡ କାଠ ଆସିବ । ବସନ୍ତ ପଞ୍ଚମୀ ପୂର୍ବରୁ ୨ ଟ୍ରିପ୍ କାଠ ରଥଖଳାରେ ପହଞ୍ôଚବ । ପରମ୍ପରା ଅନୁଯାୟୀ, ସେଥିମଧ୍ୟରୁ ୧୨ ଫୁଟିଆ ୩ ଖଣ୍ଡ ଧଉରା କାଠ ବସନ୍ତ ପଞ୍ଚମୀ ତିଥିରେ ଅନୁକୂଳ କରାଯିବ । ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ କରାଯିବାର ବିଧି ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    26 %
    0.4kmh
    0 %
    Sat
    27 °
    Sun
    33 °
    Mon
    34 °
    Tue
    35 °
    Wed
    35 °

    ସମ୍ବନ୍ଧିତ