Sunday, April 5, 2026
29 C
Odisha

    ମୋ ପୁଅକୁ ଆପଣଙ୍କ ହାତରେ ଟେକିଦେଲି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ କଂଗ୍ରେସର ଗଡ଼ ଭାବେ ପରିଚିତ ରାଏବରେଲି ଆସନକୁ କାଏମ ରଖିବା ପାଇଁ ଦଳର ଷ୍ଟାର୍‌ ପ୍ରଚାରକ ସୋନିଆ ଗାନ୍ଧୀ ଜୋରସୋର ପ୍ରୟାସ ଚଳାଇଛନ୍ତି। ସୋନିଆ ପୁଅ ରାହୁଲ ଗାନ୍ଧୀଙ୍କ ପାଇଁ ଭୋଟର୍‌ଙ୍କୁ ଭାବପ୍ରବଣ ଆବେଦନ କରି ପୁଅକୁ ବିଜୟୀ କରିବା ନିମନ୍ତେ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, ରାହୁଲ ତାଙ୍କ ୭୭ ବର୍ଷୀୟା ମା’ ସୋନିଆ ଗାନ୍ଧୀ ପ୍ରତିନିଧିତ୍ୱ କରୁଥିବା ପାରିବାରିକ ଗଡ଼ ରାଏବରେଲିରୁ ଏଥର ନିର୍ବାଚନ ଲଢୁଛନ୍ତି । ଚଳିତ ବର୍ଷ ପ୍ରାରମ୍ଭରେ ସୋନିଆ ରାଜ୍ୟସଭାକୁ ନିର୍ବାଚିତ ହେବାପରେ ଏବେ ଏହି ଆସନରେ କଂଗ୍ରେସର ବିଜୟ ଦଳ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ସୋନିଆ ଆଜି ରାୟବରେଲିରେ ଏକ ପ୍ରଚାର କାର୍ଯ୍ୟକ୍ରମରେ କହିଛନ୍ତି, ମୁଁ ମୋ ପୁଅକୁ ଆପଣଙ୍କୁ ହସ୍ତାନ୍ତର କରୁଛି। ଯେହେତୁ ଆପଣମାନେ ମୋତେ ନିଜର ଭାବୁଛନ୍ତି, ତେଣୁ ରାହୁଲଙ୍କୁ ମଧ୍ୟ ନିଜର ବୋଲି ଭାବିବାକୁ ପଡ଼ିବ । ରାହୁଲ ଆପଣଙ୍କୁ ନିରାଶ କରିବେ ନାହିଁ ବୋଲି ସୋନିଆ କହିଛନ୍ତି। ସେ ଏହା କହିବା ସମୟରେ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ତାଙ୍କ ପଛରେ ଠିଆ ହୋଇଥିଲେ।
    ସୋନିଆ କହିଛନ୍ତି, ଇନ୍ଦିରା ଗାନ୍ଧୀ ଏବଂ ରାଏବରେଲିର ଲୋକମାନେ ମୋତେ ଯେଉଁ ଶିକ୍ଷା ଦେଇଥିଲେ, ମୁଁ ରାହୁଲ ଓ ପ୍ରିୟଙ୍କାଙ୍କୁ ସେହି ଶିକ୍ଷା ଦେଇଛି। ୨୦ ବର୍ଷ ଏଠାରୁ ସାଂସଦ ରହିବା ମୋ ଜୀବନର ସବୁଠାରୁ ବଡ଼ ସମ୍ପତ୍ତି। ମୁଁ ଖୁସି ଯେ ଦୀର୍ଘ ଦିନ ପରେ ମୋତେ ଆପଣଙ୍କ ମଧ୍ୟରେ ରହିବାର ସୁଯୋଗ ମିଳିଛି। ମୁଁ ଆପଣଙ୍କ ନିକଟରେ ଗଭୀର କୃତଜ୍ଞ ବୋଲି ସୋନିଆ କହିଛନ୍ତି। ସୂଚନାଯୋଗ୍ୟ, ରାୟବରେଲିରେ ୫୩ ବର୍ଷୀୟ ରାହୁଲ ଗାନ୍ଧୀ ବିଜେପି ପ୍ରାର୍ଥୀ ଦିନେଶ ପ୍ରତାପ ସିଂହଙ୍କ ସହ ମୁହାଁମୁହିଁ ହେବେ। ଗତ ଲୋକସଭା ନିର୍ବାଚନ ରାହୁଲ କଂଗ୍ରେସର ଅନ୍ୟତମ ଗଡ଼ ଆମେଥିରୁ ପରାଜିତ ହୋଇଥିବା ବେଳେ ଏଥର ରାୟବରେଲିରୁ ଏକ ବଡ଼ ବିଜୟ ଆଶା ରଖୁଛନ୍ତି। ଆସନ୍ତା ୨୦ ତାରିଖରେ ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ରାୟବରେଲି ଓ ପଡ଼ୋଶୀ ଆମେଥିରେ ମତଦାନ ହେବ। ଆମେଥିରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ମୁକାବିଲା କଂଗ୍ରେସ ପ୍ରାର୍ଥୀ କିଶୋରୀ ଲାଲ ଶର୍ମାଙ୍କ ସହ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    47 %
    0.6kmh
    100 %
    Sun
    36 °
    Mon
    38 °
    Tue
    38 °
    Wed
    39 °
    Thu
    39 °

    ସମ୍ବନ୍ଧିତ