Saturday, October 10, 2026
24.5 C
Odisha

    ଆସାମର ମୁଣ୍ଡ ପିଛା ଋଣ ଓଡ଼ିଶା ଠାରୁ ଢେର ଅଧିକ, ମୁଖ୍ୟମନ୍ତ୍ରୀ ପ୍ରଥମେ ନିଜ ରାଜ୍ୟ କଥା ବୁଝନ୍ତୁ : ନବୀନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଓଡ଼ିଶାକୁ ନିର୍ବାଚନ ପ୍ରଚାର ପାଇଁ ଆସୁଥିବା ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କର ନମ୍ବର ୧ ରାଜ୍ୟ ଉପାଖ୍ୟାନକୁ ନେଇ କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବଜେଡି ସଭାପତି ନବୀନ ପଟ୍ଟନାୟକ। ବିଜେପି ଶାସିତ ମୁଖ୍ୟମନ୍ତ୍ରୀମାନେ ଓଡିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବା କଥା କହୁଛନ୍ତି । ଅନ୍ୟ ରାଜ୍ୟମାନଙ୍କ କ୍ଷେତ୍ରରେ ବି ସେମାନ ଏହି କଥା କହୁଛନ୍ତି, ଯାହା କି ହାସ୍ୟାସ୍ପଦ ବୋଲି ନବୀନ କହିଛନ୍ତି।

    ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜାତୀୟ ଖବର ସରବରାହ ସଂସ୍ଥା ଏଏନ୍‌ଆଇକୁ ସାକ୍ଷାତକାର ଦେଇ କହିଛନ୍ତି ବିଜେପିର ନମ୍ବର ୧ ରାଜ୍ୟ ଉପାଖ୍ୟାନ ଏବେ ଓଡ଼ିଶାର ପାଇଁ କେବଳ ହାସ୍ୟାସ୍ପଦ ହୋଇଛି। କେନ୍ଦ୍ର କ୍ୟାବିନେଟ୍‌ ମନ୍ତ୍ରୀ ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ଜନତା ହସୁଛନ୍ତି। ଆଜି ଏ ରାଜ୍ୟକୁ କହୁଛନ୍ତି ୧ ନମ୍ବର କରିଦେବେ, କାଲି ଓଡ଼ିଶାକୁ କହୁଛନ୍ତି ୧ ନମ୍ବର କରିଦେବେ। ତେଣୁ ପ୍ରଥମେ ସେମାନେ ନିଷ୍ପତ୍ତି ନିଅନ୍ତୁ ପ୍ରକୃତରେ କେଉଁ ରାଜ୍ୟକୁ ସେମାନେ ନମ୍ବର ୧ ରାଜ୍ୟ କରିବେ। ଏବେ ନିର୍ବାଚନ ପାଇଁ କେନ୍ଦ୍ରୀୟ ନେତାମାନେ ଓଡ଼ିଶା ଆସୁଛନ୍ତି ଏବଂ ଅନ୍ୟ ରାଜ୍ୟକୁ ବି ଯାଉଛନ୍ତି। କିନ୍ତୁ ସେମାନେ ଯେଉଁଠିକୁ ଯାଉଛନ୍ତି କହୁଛନ୍ତି ଆମେ ଏହି ରାଜ୍ୟକୁ ୧ ନମ୍ବର କରିଦେବୁ। ଯେଉଁଠି ଭୋଟ ମାଗିବାକୁ ଗଲେ ସେହି ରାଜ୍ୟର ଲୋକଙ୍କୁ ୧ ନମ୍ବର କରିବା କଥା ଦୋହରାଉଛନ୍ତି। ଓଡ଼ିଶାକୁ ଆସିବା ସମୟରେ ବି କହୁଛନ୍ତି ଆମେ ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟ କରିଦେବୁ। ଏହା ଏବେ ଓଡ଼ିଶାବାସୀଙ୍କ ମଧ୍ୟରେ ହାସ୍ୟରୋଳ ସୃଷ୍ଟି କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    77 %
    0.4kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ