Saturday, October 10, 2026
21.6 C
Odisha

    ନିର୍ବାଚନ ପ୍ରଚାରକୁ ଶାଣିତ କରିବା ପାଇଁ କେନ୍ଦ୍ରୀୟ ଓ ରାଜ୍ୟ ନେତୃବୃନ୍ଦମାନଙ୍କ ବିଭିନ୍ନ ସ୍ଥାନ ଗସ୍ତ କାର୍ଯ୍ୟକ୍ରମ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୧୭/୦୫: ଓଡିଶାରେ ବିକାଶକୁ ଶିଖରରେ ପହଂଚାଇବା ପାଇଁ ବିଜେପି ଏକମାତ୍ର ବିକଳ୍ପ । ନୂତନ ଓଡିଶା ଗଠନ ପାଇଁ ରାଜ୍ୟ ରାଜନୀତିରେ ପରିବର୍ତନ ଆସିବ ଏବଂ ଓଡିଶାରେ ବିଜେପିର ସରକାର ଗଠନ ହେବ । ଦୁଇ ଥର ପଦ୍ମ, ଦୁଇ ଗୁଣା ବିକାଶ । ନିର୍ବାଚନ ପ୍ରଚାରକୁ ଶାଣିତ କରିବା ପାଇଁ କେନ୍ଦ୍ରୀୟ ଓ ରାଜ୍ୟ ନେତୃବୃନ୍ଦମାନେ ବିଭିନ୍ନ ସ୍ଥାନ ଗସ୍ତ କରୁଛନ୍ତି ।
    ଏହି ପରିପ୍ରେକ୍ଷୀରେ ଆସନ୍ତା କାଲି ୧୮ ତାରିଖ ଦିନ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା, ଶ୍ରୀ ପ୍ରତାପ ଷଡଙ୍ଗୀ, ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ପ୍ରମୁଖ ବାଲେଶ୍ୱରଠାରେ ଦିନ ପୂର୍ବାହ୍ନ ୧୦.୩୦ରେ, କେନ୍ଦ୍ରାପଡାଠାରେ ମଧ୍ୟାହ୍ନ ୨ଟାରେ ଏବଂ ଅପରାହ୍ନ ୪.୩୦ରେ ଭୁବନେଶ୍ୱରଠାରେ ଅନୁଷ୍ଠିତ କାର୍ଯ୍ୟକର୍ତା ବୈଠକରେ ଯୋଗ ଦେବେ ।
    ସେହିପରି ଦୁଇ ଦିନିଆ ଓଡିଶା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତା କାଲି ୧୮ ତାରିଖ ଦିନ ପୂର୍ବାହ୍ନ ୧୦ଟାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ସୁନ୍ଦରଗଡ ସଂସଦୀୟ କ୍ଷେତ୍ରର ବଣାଇଠାରେ ଏବଂ ମଧ୍ୟାହ୍ନ ୧.୩୦ରେ ରାଜଗାଙ୍ଗପୁରଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ ।
    କେନ୍ଦ୍ରମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ଯାଦବ ଆସନ୍ତା କାଲି ୧୮ ତାରିଖ ଦିନ ସକାଳ ୯.୪୫ରେ କଂଟାବାଂଝୀଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ ।
    ସାଂସଦ ଶ୍ରୀମତୀ ହେମାମାଲିନୀ ଆସନ୍ତା କାଲି ୧୮ ତାରିଖ ଦିନ ପୂର୍ବାହ୍ନ ୧୦.୩୦ରେ ଦେବଗଡଠାରେ ଏବଂ ପୂର୍ବାହ୍ନ ୧୧.୪୫ରେ ପାଲଲହଡାଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବା ସହିତ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ।
    ରାଜ୍ୟ ନିର୍ବାଚନ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର ଆସନ୍ତା କାଲି ୧୮ ତାରିଖ ଦିନ ପୂର୍ବାହ୍ନ ୧୦.୩୦ରେ ବ୍ରଜରାଜନଗରଠାରେ ଏବଂ ମଧ୍ୟାହ୍ନ ୧୨.୩୦ରେ ଝାରସୁଗୁଡାଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ ।
    ରାଜ୍ୟ ମୁଖପାତ୍ର ତଥା ବରିଷ୍ଠ ଆଇନଜୀବି ଶ୍ରୀ ପୀତାମ୍ବର ଆଚାର୍ଯ୍ୟ ଏବଂ ସାଂସଦ ଶ୍ରୀ ଅନୁଭବ ମହାନ୍ତି ଆସନ୍ତା କାଲି ୧୮ ତାରିଖ ଦିନ ପୂର୍ବାହ୍ନ ୧୦ଟାରେ ଆସ୍କାଠାରେ, ପୂର୍ବାହ୍ନ ୧୧.୧୫ରେ ପୋଲସରାଠାରେ ଏବଂ ଅପରାହ୍ନ ୨ଟାରେ ଭଂଜନଗରଠାରେ ଅନୁଷ୍ଠିତ ବିଶାଳ ରୋଡ ସୋ ଏବଂ ଜନସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ।
    ପୂର୍ବତନ ସାଂସଦ ତଥା ବର୍ତମାନ ଦିଗପହଣ୍ଡି ବିଧାୟକ ପ୍ରାର୍ଥୀ ଶ୍ରୀ ସିଦ୍ଧାନ୍ତ ମହାପାତ୍ର ଆସନ୍ତା କାଲି ୧୮ ତାରିଖ ଦିନ ପୂର୍ବାହ୍ନ ୧୦.୩୦ ଏବଂ ଅପରାହ୍ନ ୩ଟାରେ ସୁନ୍ଦରଗଡଠାରେ ଅନୁଷ୍ଠିତ ଦୁଇଟି ରୋଡ ସୋ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ସୁଚନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    83 %
    1kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ