Sunday, April 5, 2026
25.5 C
Odisha

    ସାଇକେଲ୍‌ରେ କୋଇଲା ବୋହି ଶ୍ରମିକଙ୍କ କଷ୍ଟକୁ ହୃଦୟଙ୍ଗମ କଲେ ରାହୁଲ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତ ଯୋଡ ନ୍ୟାୟ ଯାତ୍ରା ପାଇଁ ଝାଡଖଣ୍ଡରେ ଥିବା ରାହୁଲ ଗାନ୍ଧୀଙ୍କୁ କିଛି ନିଆରା ଅନ୍ଦାଜରେ ଦେଖିବାକୁ ମିଳିଛି । ୨ ଶହ କିଲୋ କୋଇଲା ଲଦା ହୋଇଥିବା ସାଇକେଲ ଶ୍ରମିକଙ୍କଠାରୁ ନେଇ ନିଜେ ବୋହିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଏହି ସମୟର ଫଟୋକୁ ନିଜ ସୋସିଆଲ ମିଡିଆରେ ବି ସେୟାର କରିଛନ୍ତି ରାହୁଲ । ଭାରତ ଯୋଡ ନ୍ୟାୟ ଯାତ୍ରା ପାଇଁ ଝାଡଖଣ୍ଡରେ ଥିବା ରାହୁଲ ସୋମବାର ସକାଳୁ ନିଜ ଯାତ୍ରା ରାମଗଡ଼ର ମହତ୍ମା ଗାନ୍ଧୀ ରୋଡରୁ ଆରମ୍ଭ କରିଥିଲେ। ଏହି ସମୟରେ କିଛି ଶ୍ରମିକ କୋଇଲା ଲଦା ସାଇକେଲ ବୋହୁଥିବାର ଦେଖିଥିଲେ ସେ। ଗୋଟିଏ ସାଇକେଲରେ ପ୍ରାୟ ୨ଶହ କିଲୋ କୋଇଲା ବୋହୁଥିଲେ ଶ୍ରମିକମାନେ। ସେମାନଙ୍କ ସହ କିଛି ସମୟ କଥା ହୋଇ ସେମାନଙ୍କ ସାଇକେଲ୍ ନିଜେ ବୋହିଥିଲେ। ଏହି ସମୟରେ ରାହୁଲ କହିଥିଲେ, ସେମାନଙ୍କ କଷ୍ଟ କେହି ବୁଝିପାରିବେ ନାହିଁ। କେବଳ ସେତିକି ନୁହେଁ ଏହା ପୂର୍ବରୁ ଧାନବାଦର ସବୁଠାରୁ ବଡ଼ କୋଇଲା ଖଣିରେ ପହଁଚି ଶ୍ରମିକଙ୍କ ସହ ମଧ୍ୟ ବେଶ କିଛି ସମୟ ଧରି ଆଲୋଚନା କରିଥିଲେ ରାହୁଲ ଗାନ୍ଧୀ।ନ୍ୟାୟ ଯାତ୍ରା ଜରିଆରେ ଦେଶର ଗରିବ, ସାଧାରଣ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଖରେ ପହଁଚୁଛନ୍ତି ରାହୁଲ । ସେମାନଙ୍କ ସହ ସମୟ ବିତାଉଛନ୍ତି ଏବଂ ସେମାନଙ୍କ ସମସ୍ୟା ଶୁଣୁଛନ୍ତି । କେବଳ ସେତିକି ନୁହେଁ କେନ୍ଦ୍ର ସରକାର ଗରିବଙ୍କ ସମସ୍ୟାକୁ ଅଣଦେଖା କରୁଥିବା ଅଭିଯୋଗ ବି କରୁଛନ୍ତି ରାହୁଲ । ରାହୁଲଙ୍କ ଏସବୁ ଅଭିଯୋଗ ଭିତ୍ତିହୀନ କହିବା ସହ ଏହି ଯାତ୍ରାର କୌଣସି ପ୍ରଭାବ ଭୋଟରଙ୍କ ଉପରେ ପଡିବ ନାହିଁ ବୋଲି ଦାବି କରିଛି ବିଜେପି । ଜାନୁଆରି ୧୪ରୁ ମଣିପୁର ଥୈବାଲରୁ ଆରମ୍ଭ ହୋଇଛି କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା । ରାହୁଲଙ୍କ ନେତୃତ୍ୱରେ ଏହି ଯାତ୍ରା ୬୭ ଦିନରେ ୧୫ଟି ରାଜ୍ୟର ୧୧୦ଟି ଜିଲ୍ଲା ଦେଇ ୬, ୭୧୩ କିଲୋମିଟର ଅତିକ୍ରମ କରିବାକୁ ଲକ୍ଷ୍ୟ ରଖିଛି ଦଳ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.5 ° C
    25.5 °
    25.5 °
    65 %
    3.2kmh
    72 %
    Sun
    25 °
    Mon
    38 °
    Tue
    37 °
    Wed
    38 °
    Thu
    36 °

    ସମ୍ବନ୍ଧିତ