Friday, March 20, 2026
28.2 C
Odisha

    ରାହୁଲଙ୍କ ଜବାବ; ଅଗ୍ନିବୀରଙ୍କ ପରିବାରକୁ ଦିଆଯାଇଛି ୯୮.୩୯ ଲକ୍ଷ ଟଙ୍କା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ; ବୁଧବାର ଲୋକ ସଭାରେ ରାହୁଲ ଗାନ୍ଧୀ କରିଥିବା ଅଭିଯୋଗର ଜବାବ ରଖିଛି ଭାରତୀୟ ସେନା। ରାହୁଲ ଗାନ୍ଧୀ କହିଥିଲେ ଯେ, ଶହୀଦ ଅଗ୍ନିବୀର କର୍ମଚାରୀଙ୍କ ପରିବାରକୁ କ୍ଷତିପୂରଣ ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂସଦରେ ମିଥ୍ୟା କହିଛନ୍ତି। ଏଥିପାଇଁ ସେ କ୍ଷମା ମାଗିବା ଉଚିତ ବୋଲି ସେ କହିଥିଲେ। ବର୍ତ୍ତମାନ ଏହି ପ୍ରସଙ୍ଗରେ ଭାରତୀୟ ସେନାର ଏଡିଜି ପିଆଇ ବିବୃତ୍ତି ସାମ୍ନାକୁ ଆସିଛି। ଏଥିରେ କୁହାଯାଇଛି ଯେ ସୋସିଆଲ ମିଡିଆରେ କିଛି ପୋଷ୍ଟରୁ ଜଣାପଡିଛି ଯେ ଡ୍ୟୁଟି ଲାଇନରେ ଜୀବନ ହରାଇଥିବା ଅଗ୍ନିବୀର ଅଜୟ କୁମାରଙ୍କ ପରିବାର ସଦସ୍ୟଙ୍କୁ କ୍ଷତିପୂରଣ ଦିଆଯାଇ ନାହିଁ। ଏଡିଜି ପିଆଇ କହିଛି ଯେ, ”ଅଗ୍ନିବୀର ଅଜୟ କୁମାରଙ୍କ ସର୍ବୋଚ୍ଚ ବଳିଦାନକୁ ଭାରତୀୟ ସେନା ନମସ୍କାର କରୁଛି। ତାଙ୍କୁ ସମ୍ପୂର୍ଣ୍ଣ ସାମରିକ ସମ୍ମାନ ସହିତ ତାଙ୍କର ଶେଷ ବିଦାୟ ଦିଆଯାଇଥିଲା। ଏହାସହିତ ଅଜୟଙ୍କ ପରିବାର ସଦସ୍ୟଙ୍କୁ ୯୮.୩୯ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଅଗ୍ନିବୀର ଯୋଜନାର ବ୍ୟବସ୍ଥା ଅନୁଯାୟୀ ପ୍ରାୟ ୬୭ ଲକ୍ଷ ଟଙ୍କା ମୂଲ୍ୟର ଆର୍ଥିକ ସହାୟତା ଏବଂ ଅନ୍ୟାନ୍ୟ ସୁବିଧା ପୋଲିସ ଯାଞ୍ଚ ପରେ ପ୍ରଦାନ କରାଯିବ। ମୋଟ ପରିମାଣ ପ୍ରାୟ ୧.୬୫ କୋଟି ଟଙ୍କା ହେବ। ଏହି ବିବୃତ୍ତିରେ ଜୋର ଦିଆଯାଇଛି ଯେ ଅଗ୍ନିବୀରଙ୍କ ସମେତ ଶହୀଦ ସୈନିକଙ୍କ ପରିବାରକୁ ଆର୍ଥିକ ସହାୟତା ଯଥାଶୀଘ୍ର ପ୍ରଦାନ କରାଯିବା ଉଚିତ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.2 ° C
    28.2 °
    28.2 °
    41 %
    3kmh
    84 %
    Fri
    28 °
    Sat
    32 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ