Wednesday, September 9, 2026
24.2 C
Odisha

    ହରିୟାଣା କୁସ୍ତି ଆଖଡ଼ାକୁ ଯାଇ ବଜରଙ୍ଗ ପୁନିଆଙ୍କ ସହିତ ଆଳାପ କରି ବ୍ୟାୟାମ କଲେ ରାହୁଲ୍‌ ଗାନ୍ଧୀ

    ଆଗକୁ ପଢନ୍ତୁ

    ଝଜ୍ଜର: ଆଜି ସକାଳୁ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ ହରିୟାଣାର ଝଜ୍ଜର୍‌ ଜିଲ୍ଲାସ୍ଥିତ ‘ବୀରେନ୍ଦ୍ର ଆର୍ଯ୍ୟ ଆଖଡ଼ା’କୁ ଯାଇ ବଜରଙ୍ଗ ପୁନିଆଙ୍କ ସମେତ ଅନ୍ୟାନ୍ୟ କୁସ୍ତି ଖେଳାଳିମାନଙ୍କ ସହିତ ଆଳାପ ଓ ବ୍ୟାୟାମ କରିଥିବା କଥା ନିଉଜ୍‌ ଏଜେନ୍‌ସି ‘ଏଏନ୍‌ଆଇ’ ରିପୋର୍ଟ କରିଛି। ଜିଲ୍ଲାର ଜଣେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି, ଆଜି ବଡ଼ି ସକାଳୁ ରାହୁଲ୍‌ ଗାନ୍ଧୀ ଛର୍‌ରା ଗାଁ’ରେ ଥିବା ‘ବୀରେନ୍ଦ୍ର ଆଖଡ଼ା’ରେ ପହଞ୍ଚିଥିଲେ। ସେଠାରେ କୁସ୍ତି ଖେଳାଳି ବଜରଙ୍ଗ ପୁନିଆ ଓ ଅନ୍ୟମାନଙ୍କ ସହିତ କଥ‌ୋପକଥନ କରି ସେ ଖେଳାଳିମାନଙ୍କର ଦୈନ୍ଦିନ କୁସ୍ତିକସରତ ଦେଖିବାକୁ ଯାଇଥିଲେ ବଜରଙ୍ଗ ପୁନିଆ କହିଛନ୍ତି, ସେ ଆମ ଦୈନନ୍ଦିନ କୁସ୍ତିକସରତ ଦେଖିବାକୁ ଆସିଥିଲେ। ଆମେ କୁସ୍ତି ଖେଳିଳୁ।

    କୁସ୍ତି ପ୍ରଶିକ୍ଷକ ବୀରେନ୍ଦ୍ର ଆର୍ଯ୍ୟ ମଧ୍ୟ କହିଛନ୍ତି, ସେ ଆସିବେ ବୋଲି ଆମକୁ କେହି କହି ନ ଥିଲେ। ଆମେ କୁସ୍ତି ଅଭ୍ୟାସ ଚଳାଇଥିବା ବେଳେ ସେ ହଠାତ୍‌ ଆସି ପହଞ୍ଚିଲେ। ଆମ ସହିତ ବସି ରୁଟି ଓ ଶାଗ ଖାଇଲେ। ବୀରେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି, ସକାଳ ୬.୧୫ରେ ସେ ଏଠାରେ ପହଞ୍ଚି ଆମ ସହିତ ବ୍ୟାୟାମ କଲେ। ବ୍ୟାୟାମ ଓ କ୍ରୀଡ଼ା ବିଷୟରେ ଆମକୁ କହିଲେ। କ୍ରୀଡ଼ା ଉପରେ ତାଙ୍କର ଅଗାଧ ଜ୍ଞାନ ଅଛି। ଜାତୀୟ କୁସ୍ତି ପ୍ରତିଯୋଗିତା ଆୟୋଜନ ହେବ, କିନ୍ତୁ ଏବେ ଯେଉଁ ସମସ୍ୟା ଉପୁଜିଛି ସେଥିରେ କି କୁସ୍ତି ପ୍ରତିଯୋଗିତା ସମ୍ଭବ? ରାହୁଲ୍‌ ଗାନ୍ଧୀ ବା କ’ଣ କରିପାରିବେ? ସରକାର ଯାହା କରିବେ। ସୂଚନାଯୋଗ୍ୟ, ‘ଭାରତର କୁସ୍ତି ମହାସଂଘ’ ସହିତ ଜଡ଼ିତ ଅଭିଯୋଗ ଓ ନିର୍ବାଚିତ ମୁଖ୍ୟ ଓ କର୍ମକର୍ତ୍ତାଙ୍କୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବ‌େଳେ ରାହୁଲ୍‌ ଗାନ୍ଧୀ କୁସ୍ତି ଖେଳାଳିମାନଙ୍କୁ ଭେଟିବାକୁ ଯାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.2 ° C
    24.2 °
    24.2 °
    90 %
    1.6kmh
    92 %
    Wed
    31 °
    Thu
    28 °
    Fri
    27 °
    Sat
    29 °
    Sun
    29 °

    ସମ୍ବନ୍ଧିତ