Saturday, July 27, 2024
24.6 C
Odisha

    ଓଡ଼ିଶାରେ ୪ ଦିନ ରହିବେ ରାହୁଲ ଗାନ୍ଧୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ପାଇଁ ଲୋଗୋ ଉନ୍ମୋଚନ କରିଛି ରାଜ୍ୟ କଂଗ୍ରେସ । ଏଥିସହ ମିସ କଲ ଦେଇ ନ୍ୟାୟ ଯାତ୍ରାରେ ସାମିଲ ହେବା ପରେ ଲୋକଙ୍କୁ ଅପିଲ କରି କଂଗ୍ରେସ ଏକ ମୋବାଇଲ ନମ୍ବର ଜାରି କରିଛି । ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡ ନ୍ୟାୟ ଯାତ୍ରାରେ ସାମିଲ ହେବା ପାଇଁ କଂଗ୍ରେସ ନେତା ଲୋକଙ୍କୁ ଅପିଲ କରିଛନ୍ତି । ଯାତ୍ରା ବେଳେ ଓଡିଶାରେ ରାହୁଲ ଗାନ୍ଧୀ ୪ ଦିନ ରହିବେ । ରାଜ୍ୟର ୪ଟି ଜିଲ୍ଲା ଦେଇ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ଯିବାର କାର୍ଯ୍ୟକ୍ରମ ରହିଛି । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ଦେଇ ଓଡିଶାରେ ଏହି ଯାତ୍ରା ଯିବ । ଜାନୁଆରି ୧୪ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ଯାତ୍ରା ୬୬ ଦିନରେ ୧୫ଟି ରାଜ୍ୟ ଓ ୧୧୦ଟି ଜିଲ୍ଲା ଦେଇ ଯିବ । ମଣିପୁରର ଆରମ୍ଭ ହୋଇ ମୁମ୍ବାଇରେ ରାହୁଲ ଗାନ୍ଧୀଙ୍କ ଯାତ୍ରା ସରିବ । ଏହି ଯାତ୍ରା ଦେଶରେ ଜନ ଜାଗରଣ ସୃଷ୍ଟି ପାଇଁ ଏହି ଯାତ୍ରା ହେଉଥିବା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ