ମାଲକାନଗିରି ଅର୍କେଲ ଥାନା ଅନ୍ତର୍ଗତ ପର୍କନମାଳା ସେବାଶ୍ରମରେ ଅଭାବନୀୟ ଘଟଣା ଘଟିଛି। ଜଣେ ସପ୍ତମ ଶ୍ରେଣୀର ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରୀ ହେଉଛନ୍ତି ନାକାମାମୁଡ଼ି ପଞ୍ଚାୟତର ରଶ୍ମିତା ହନ୍ତାଳ। ସୂଚନା ଅନୁସାରେ, ରଶ୍ମିତା କିଛି ଦିନ ଧରି ଥିବାବେଳେ ଗତକାଲି ରାତିରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା। ତୁରନ୍ତ ତାଙ୍କୁ କୁଡୁମୁଲୁଗୁମ୍ମା ଚିକିତ୍ସାଳୟକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ରଶ୍ମିତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ଛାତ୍ରୀଙ୍କ ମୃତଦେହ ଚିକିତ୍ସାଳୟରେ ରହିଥିବାବେଳେ ପରିବାର ଲୋକଙ୍କୁ ଖବର ଦିଆଯାଇଛି।
