Saturday, July 27, 2024
24.8 C
Odisha

    ଆମ ପାଖରେ ୨ ଟଙ୍କା ବି ନାହିଁ: ରାହୁଲ

    ଆଗକୁ ପଢନ୍ତୁ

    କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । କଂଗ୍ରେସର ଆକାଉଣ୍ଟ ଫ୍ରିଜ୍ ହେବା ଘଟଣାରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ । ସେ କହିଛନ୍ତି, ବିଶ୍ୱର ସବୁଠୁ ବଡ ଗଣତନ୍ତ୍ର ଏକ ମିଛ କଥା । ଭାରତର ସବୁଠୁ ବଡ ପାର୍ଟିର ଆକାଉଣ୍ଟକୁ ଫ୍ରିଜ୍ କରିଦିଆଯାଇଛି । ଆଜି କଂଗ୍ରେସ ପାଖରେ ୨ ଟଙ୍କା ବି ନାହିଁ, ନେତାମାନଙ୍କର ସାହାଯ୍ୟ କରିବାକୁ । ଏମିତି କି ଟିକେଟ୍ କିଣିବାକୁ ମଧ୍ୟ ଦଳ ପାଖରେ ଟଙ୍କା ନାହିଁ ବୋଲି ରାହୁଲ କହିଛନ୍ତି । ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ସମସ୍ତ ଲୋକ ଜାଣିଛନ୍ତି, ଯେତେବେଳେ କାହାର ବ୍ୟାଙ୍କ ଆକାଉଣ୍ଟ ଓ ଏଟିଏମ୍ କାର୍ଡକୁ ଫ୍ରିଜ୍ କରାଯାଏ, ସେତେବେଳେ କେତେ ଅସୁବିଧା ହେଇଥାଏ । ଯଦି ଏପରି ଘଟଣା ଗୋଟିଏ ପରିବାର ସହ ହୁଏ, ତେବେ ସେ ପରିବାର ଭୋକରେ ମରିଯିବ । କୌଣସି ବ୍ୟବସାୟୀ ସହ ହେଲେ, ସେ ବର୍ବାଦ ହେଇଯିବ । ସେହିଭଳି ସମାନ ଘଟଣା ଏବେ କଂଗ୍ରେସ ସହିତ କରାଯାଉଛି । ଯାହା ଫଳରେ କି ଆମେ ଆମ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଟଙ୍କା ଦେଇପାରୁନୁ ବୋଲି ରାହୁଲ କହିଛନ୍ତି । ସରକାର ଉପରେ ଆରୋପ ଲଗାଇ ରାହୁଲ କହିଛନ୍ତି, ଆମ ନେତାମାନେ କୌଣସି ସ୍ଥାନକୁ ଯା’ ଆସ କରିପାରୁନାହାଁନ୍ତି । ଏମିତି କି ଟ୍ରେନରେ ମଧ୍ୟ ଯିବା ଆସିବା କରିପାରୁନାହାଁନ୍ତି । ଗୋଟିଏ ସହରରୁ ଅନ୍ୟ ସହରକୁ ଯିବା କଂଗ୍ରେସ ନେତାଙ୍କ ପାଇଁ କଷ୍ଟକର ହେଉଛି । ଆମେ ବିଜ୍ଞାପନ ମଧ୍ୟ ଦେଇପାରୁନୁ । ଆମ ପାଖରେ ଏବେ ଦୁଇ ଟଙ୍କା ବି ନାହିଁ ବୋଲି ରାହୁଲ କହିଛନ୍ତି । ରାହୁଲ ଗାନ୍ଧୀ ସାମ୍ବିଧାନିକ ସଂସ୍ଥା ଉପରେ ମଧ୍ୟ ପ୍ରଶ୍ନ କରି କହିଛନ୍ତି, ଦେଶରେ ସାମ୍ବିଧାନିକ ସଂସ୍ଥା ଅଛି? କୋର୍ଟ, ନିର୍ବାଚନ ଆୟୋଗ ଏବଂ ଅନ୍ୟ ସଂସ୍ଥା ଏ ସବୁ କିଛି ଦେଖି ବି କିଛି କହୁନାହାଁନ୍ତି । ନିର୍ବାଚନ ଆୟୋଗ ମଧ୍ୟ ଚୁପ୍ ଅଛନ୍ତି । ଭାରତରେ ଲୋକତନ୍ତ୍ର ରହିଥିବା ଏକ ମିଛ କଥା ବୋଲି ରାହୁଲ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ