Monday, March 17, 2025
31.7 C
Odisha

    ନବୀନ ନିବାସରେ ବ୍ରହ୍ମପୁର ନେତା

    ଆଗକୁ ପଢନ୍ତୁ

    ମେଣ୍ଟ ଚର୍ଚ୍ଚା ଭିତରେ ବିଜେଡିର ନିର୍ବାଚନୀ କସରତ । ଆଜି ନବୀନ ନିବାସରେ ତିନିଟି ସଂସଦୀୟ କ୍ଷେତ୍ରର ସମୀକ୍ଷା ବୈଠକ ରହିଛି । ବ୍ରହ୍ମପୁର, ଆସ୍କା ଓ ଭୁବନେଶ୍ୱର ଲୋକସଭା କ୍ଷେତ୍ରର ସମୀକ୍ଷା ବୈଠକ ରହିଛି । ପ୍ରଥମେ ବ୍ରହ୍ମପୁର ଲୋକସଭା କ୍ଷେତ୍ରର ସମୀକ୍ଷା କରାଯାଉଛି । ଏଥିରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ବରିଷ୍ଠ ନେତା ଓ ପର୍ଯ୍ୟବେକ୍ଷକ ଉପସ୍ଥିତ ଅଛନ୍ତି । ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ, ଗଞ୍ଜାମ ବିଜେଡି ସଭାପତି ରମେଶ ଚ୍ୟାଉପଟ୍ଟନାୟକ, ସାଂସଦ ଚନ୍ଦ୍ରଶେଖର ସାହୁ, ଗଞ୍ଜାମ ପର୍ଯ୍ୟବେକ୍ଷକ ପ୍ରଦୀପ ଅମାତ, ବିପ୍ଳବ ପାତ୍ର, ସୁବାସ ବେହେରା, ଉଷା ଦେବୀ, ବିକ୍ରମ ପଣ୍ଡା ପ୍ରମୁଖ ଉପସ୍ଥିତ ଅଛନ୍ତି । ଏହା ପରେ ଆସ୍କା ଲୋକସଭା କ୍ଷେତ୍ରର ସମୀକ୍ଷା କରିବେ ବିଜେଡି ସୁପ୍ରିମୋ । ଅପରାହ୍ନରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ନେତା ନବୀନ ନବାସରେ ପହଞ୍ଚିବେ । ବୈଠକରେ ବିଧାୟକ, ପର୍ଯ୍ୟବେକ୍ଷକ ଓ ଆଶାୟୀ ପ୍ରାର୍ଥୀ ସାମିଲ ହେବେ । କିଏ କେଉଁ ଆସନରେ ଲଢିବ, କାହକୁ ବାଦ ଦିଆଯିବ, ସେନେଇ ନବୀନ ନିବାସର ରଣନୀତି ପ୍ରସ୍ତୁତ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.7 ° C
    31.7 °
    31.7 °
    19 %
    2.5kmh
    62 %
    Mon
    34 °
    Tue
    39 °
    Wed
    40 °
    Thu
    41 °
    Fri
    39 °

    ସମ୍ବନ୍ଧିତ