Friday, January 30, 2026
17.9 C
Odisha

    ନେପାଳରେ ବର୍ଷା ତାଣ୍ଡବ; ୧୪ ମୃତ

    ଆଗକୁ ପଢନ୍ତୁ

    କାଠମାଣ୍ଡୁ: ନେପାଳରେ ବର୍ଷାର ତାଣ୍ଡବ । ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ ଏବଂ ବଜ୍ରାଘାତ ଯୋଗୁଁ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକ ବାସହରା ହୋଇଛନ୍ତି । ଭୂସ୍ଖଳନରେ ୮ ଜଣ ମୃତ୍ୟୁବରଣ କରିଥିବା ବେଳେ ୫ ଜଣଙ୍କର ବଜ୍ରାଘାତରେ ଏବଂ ଜଣଙ୍କର ବନ୍ୟା ଯୋଗୁଁ ମୃତ୍ୟୁ ହୋଇଛି । ଏନଡିଆରଆରଏମଏ ମୁତାବକ, ଏପର୍ଯ୍ୟନ୍ତ ୪୪ଟି ଘଟଣା ସାମ୍ନାକୁ ଆସିଛି । ଭୂସ୍ଖଳନ ଯୋଗୁଁ ୨ ଜଣ ନିଖୋଜ ରହିଛନ୍ତି । ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ନେପାଳ ଗୃହ ମନ୍ତ୍ରଣାଳୟ ମୁତାବକ, ମୌସୁମୀ ସକ୍ରିୟ ହେବା ଯୋଗୁଁ ଏପର୍ଯ୍ୟନ୍ତ ୧୭ ଦିନରେ ୨୮ ଲୋକ ମରିସାରିଛନ୍ତି । ବର୍ଷା ଯୋଗୁଁ ୩୩ ଜିଲ୍ଲା ପ୍ରଭାବିତ ହୋଇଛି । ଜୁନ୍‌ ୨୬ ତାରିଖରେ ୧୪ ଜଣଙ୍କର ଜୀବନ ଚାଲିଯାଇଛି । ୮ ଜଣ ଭୂସ୍ଖଳନରେ ମୃତ୍ୟୁବରଣ କରିଥିବାବେଳେ ୫ ଜଣ ବଜ୍ରାଘାତରେ ଏବଂ ଜଣଙ୍କର ବନ୍ୟାରେ ମୃତ୍ୟୁ ହୋଇଛି । ତେବେ ନେପାଳ ଗୃହ ମନ୍ତ୍ରଣାଳୟ ମୁତାବକ, ନେପାଳର ଗତ ୧୭ ଦିନ ମଧ୍ୟରେ ୨୮ ଜଣଙ୍କର ଜୀବନ ଚାଲିଯାଇଛି । ଏହାସହିତ ମୌସୁମୀଜନିତ ବର୍ଷା ଯୋଗୁଁ ୩୩ ଜିଲ୍ଲା ପ୍ରଭାବିତ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    17.9 ° C
    17.9 °
    17.9 °
    65 %
    2.1kmh
    45 %
    Thu
    17 °
    Fri
    31 °
    Sat
    32 °
    Sun
    32 °
    Mon
    33 °

    ସମ୍ବନ୍ଧିତ