Monday, September 28, 2026
30.3 C
Odisha

    ଆଜିଠାରୁ ବର୍ଷା କମିପାରେ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସୃଷ୍ଟି ହୋଇ ଝାଡ଼ଖଣ୍ଡ ମୁହାଁ ହୋଇଥିବା ଗଭୀର ଅବପାତ ପ୍ରଭାବରେ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ଗତକାଲି ସକାଳ ସାଢ଼େ ୮ଟାରୁ ଆଜି ସକାଳ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ଉଦଳାରେ ସର୍ବାଧିକ ୧୪୧.୭ ମିମି ବର୍ଷା ରେକର୍ଡ କରାଯାଇଥିଲା। ଏହାବ୍ୟତୀତ ଜିବି ନଗରରେ ୧୨୨, ନୁୱାନାରେ ୧୨୦.୪, ବାଲିମୁଣ୍ଡଳିରେ ୧୧୬.୨, ରାରୁଆନାରେ ୧୧୪, ବେତନଟିରେ ୧୧୩, କରଞ୍ଜିଆରେ ୧୦୫.୨, ବାହଲଦାରେ ୧୦୫, କପ୍ତିପଦାରେ ୧୦୪, ବାଲେଶ୍ବରରେ ୧୦୩, ଯଶିପୁରରେ ୧୦୦ ମିମି ବର୍ଷା ହୋଇଛି।

    ଆଜି ସକାଳ ସାଢ଼େ ୮ଟାରୁ ଅପରାହ୍ଣ ସାଢ଼େ ୫ଟା ମଧ୍ୟରେ ଭଦ୍ରକରେ ୪୯, ଯାଜପୁରରେ ୨୫, ଦାରିଙ୍ଗବାଡ଼ିରେ ୧୦ ମିମି ବର୍ଷା ରେକର୍ଡ କରାଯାଇଛି। ମଙ୍ଗଳବାର ପୂର୍ବାହ୍ନ ମଧ୍ୟରେ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏହି ସମୟରେ ମୟୂରଭଞ୍ଜ, ଦେବଗଡ଼, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଉପକୂଳ ଉତ୍ତର ଓଡ଼ିଶାରେ ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ହୋଇପାରେ। ଗଭୀର ଅବପାତ ଧୀରେ ଧୀରେ ଦୁର୍ବଳ ହେଉଥିବାରୁ ମଙ୍ଗଳବାର ମଧ୍ୟାହ୍ନଠାରୁ ବର୍ଷା ପ୍ରଭାବ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    63 %
    3.4kmh
    8 %
    Mon
    30 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ