Saturday, September 19, 2026
27.5 C
Odisha

    ବିବାହିତ ଯୁବକଙ୍କ ସହ ପ୍ରେମ ସମ୍ପର୍କକୁ ବିରୋଧ କରି ଅର୍ଦ୍ଧଉଲଗ୍ନ କରାଇ ରାଜରାସ୍ତାରେ ବୁଲାଇଲେ ଲୋକେ

    ଆଗକୁ ପଢନ୍ତୁ

    ଜୟପୁର: ରାଜସ୍ଥାନର ବାରମେର ଜିଲ୍ଲାରେ ଜଣେ ବିବାହିତ ବ୍ୟକ୍ତିଙ୍କ ସହ ପ୍ରେମ ସମ୍ପର୍କ ଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ଅର୍ଦ୍ଧଉଲଗ୍ନ ଅବସ୍ଥାରେ ରାଜରାସ୍ତାରେ ବୁଲା ଯାଇଥିବା ଅଭିଯୋଗ ହୋଇଛି। ସାରୱାଡି ଗାଁରେ ଘଟିଥିବା ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ମହିଳା ଅଧା ଉଲଗ୍ନ ଥିବା ପୀଡ଼ିତାଙ୍କ କେଶ ଧରି ଟାଣି ନେଉଛନ୍ତି। ପୁଲିସ ସୂଚନା ଅନୁଯାୟୀ, ଉକ୍ତ ବ୍ୟକ୍ତିଙ୍କ ପତ୍ନୀ ଓ ପରିବାର ଲୋକେ ମହିଳାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ବିଷୟରେ ଜାଣିବାକୁ ପାଇଥିଲେ। ପରେ ବିବାହିତ ବ୍ୟକ୍ତିଙ୍କ ସହ ପ୍ରେମ ସମ୍ପର୍କ ଥିବା ଅଭିଯୋଗରେ ସଂପୃକ୍ତା ମହିଳାଙ୍କୁ ଅର୍ଦ୍ଧଉଲଗ୍ନ ଅବସ୍ଥାରେ ରାଜରାସ୍ତାରେ ବୁଲା ଯାଇଥିଲା।

    ବାଡମେରର ଆରକ୍ଷୀ ଅଧୀକ୍ଷକ କୁନ୍ଦନ କାୱାରିଆ କହିଛନ୍ତି ଯେ ସମ୍‌ଦାରୀ ଥାନାରେ ଏସଂକ୍ରାନ୍ତରେ ଏକ ମାମଲା ରୁଜୁ ହେବା ପରେ ପୀଡ଼ିତାଙ୍କ କାଉନସେଲିଂ ଚାଲିଥିବା ବେଳେ ଦୁଇ ଜଣ ମହିଳାଙ୍କୁ ଅଟକ ରଖାଯାଇଛି।।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    27.5 ° C
    27.5 °
    27.5 °
    84 %
    1.1kmh
    100 %
    Sat
    27 °
    Sun
    30 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ