Saturday, October 10, 2026
22.4 C
Odisha

    କାନାଡାରେ କାର୍‌ ଭିତରେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ୨୦୨୨ରେ ଉଚ୍ଚଶିକ୍ଷା ପାଇଁ କାନାଡ଼ା ଯାଇଥିବା ଜଣେ ୨୪ ବର୍ଷୀୟ ଭାରତୀୟ ଯୁବକଙ୍କୁ ତାଙ୍କ କାର୍‌ ଭିତରେ ଥିବା ଅବସ୍ଥାରେ ଗୁଳି କରି ହତ୍ୟା କରାଯାଇଛି।
    ଭ୍ୟାନକୁଭର ପୁଲିସ ବିଭାଗ ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛି ଯେ ଏପ୍ରିଲ ୧୨ ତାରିଖ ରାତି ପ୍ରାୟ ୧୧ଟା ବେଳେ ସ୍ଥାନୀୟ ବାସିନ୍ଦାମାନେ ଗୁଳିଶବ୍ଦ ଶୁଣିବା ପରେ ଘଟଣାସ୍ଥଳକୁ ଅଧିକାରୀମାନଙ୍କୁ ଡକା ଯାଇଥିଲା।
    ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଏହି ଅଞ୍ଚଳରେ ଏକ ଗାଡ଼ି ଭିତରେ ଚିରାଗ ଆଣ୍ଟିଲଙ୍କ ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାରେ ଏଯାବତ୍‌ କାହାରିକୁ ଗିରଫ କରାଯାଇ ନାହିଁ ଏବଂ ତଦନ୍ତ ଜାରି ରହିଛି।
    ୨୦୨୨ ମସିହାରେ ପାଠ ପଢ଼ିବା ପାଇଁ ଭାନକୁଭରରେ ପହଞ୍ଚିଥିବା ଭାରତର ହରିୟାଣାର ଜଣେ ଅନ୍ତର୍ଜାତୀୟ ଛାତ୍ର ଚିରାଗ ଆଣ୍ଟିଲ୍‌ ନିକଟରେ କାନାଡାର ଏକ ସହରରେ ଘଟିଥିବା ଏକ ହତ୍ୟାକାଣ୍ଡରେ ପ୍ରାଣ ହରାଇଛନ୍ତି।

    ଶନିବାର ବୈଶାଖୀ ମହୋତ୍ସବ ପାଇଁ ରାସ୍ତାରେ ଭିଡ଼ ଜମିଥିବା ବେଳେ ଏହି ଘଟଣା ଘଟିଥିବା ପୁଲିସ କହିଛି। ସିବିସି ନ୍ୟୁଜ୍‌ର ରିପୋର୍ଟ ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୧୧ଟା ବେଳେ ଏହି ଅଞ୍ଚଳରେ ଏକ ଗାଡ଼ିରୁ ମୃତଦେହ ମିଳିଥିଲା।ଯ ତେବେ, ଏହି ହତ୍ୟାକାଣ୍ଡ ଗ୍ୟାଙ୍ଗ୍‌ କାର୍ଯ୍ୟକଳାପ ସହ ଜଡ଼ିତ କି ନାହିଁ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ।
    ଚିରାଗ ଆଣ୍ଟିଲଙ୍କ ମରଶରୀରକୁ ଭାରତ ଫେରାଇ ଆଣିବା ପାଇଁ ତାଙ୍କ ପରିବାର ପକ୍ଷରୁ ଚେଟୋ ଚାଲିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    81 %
    1.3kmh
    0 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ