Saturday, April 4, 2026
28.2 C
Odisha

    ଶ୍ରୀରାମ ନବମୀ ପାଳନ ଶୋଭାଯାତ୍ରାକୁ ୨୧ଟି ସର୍ତ୍ତ ସହ ମିଳିଲା ଅନୁମତି

    ଆଗକୁ ପଢନ୍ତୁ

    ଜୟପୁର: ଗତବର୍ଷ ପବିତ୍ର ଶ୍ରୀରାମ ନବମୀରେ ସହରରେ ‌ବିରାଟ ଶୋଭାଯାତ୍ରା କରାଯିବା ସହ ସହରର ଭଗବାମୟ ରଂଗରେ ଶ୍ରୀରାମମୟ ହୋଇପଡ଼ିଥିଲା। ଆଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ପରେ ଆସନ୍ତା ୧୭ତାରିଖ ଶ୍ରୀରାମ ନବମୀ ଦିନ ପ୍ରଥମ ଶୋଭାଯାତ୍ରା ସମାରୋହର ସହ ପାଳନ କରିବାକୁ ଶ୍ରୀରାମ ନବମୀ ପାଳନ ସମିତି ପ୍ରସ୍ତୁତି ଆରମ୍ଭ କରିଥିଲେ। ଏହି କ୍ରମରେ ପ୍ରଶାସନିକ ଅନୁମତି ପାଇଁ ଆବେଦନ କରିଥିଲେ। ଗତ ୪ତାରିଖ ବୈଠକରେ ପ୍ରଶାସନ ପକ୍ଷରୁ ଶୋଭାଯାତ୍ରାର ସମୟକୁ କାଣ୍ଟଛାଣ୍ଟ କରିବା ଏବଂ ଦିନରେ କରିବାକୁ କହିଥିଲେ। ଏଥିରେ ଆୟୋଜକ ରାଜି ହୋଇ ନଥିଲେ।ଶେଷରେ ଆଜି ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା ୨୧ଟି ସର୍ତ୍ତ ସହ ଅନୁମତି ଦେଇଛନ୍ତି। ‌ଶୋଭାଯାତ୍ରାରେ ପାରମ୍ପରିକ ବାଜା ସହ କେବଳ ଲାଉଡ ସ୍ପିକର ରହିବ ତାହା ୬୫ଡେସିବଲରୁ କମ୍ ରହିବ। ଶୋଭାଯାତ୍ରାରେ ମାତ୍ର ୫୦୦ଲୋକ ହିଁ ରହିବେ। ଶୋଭାଯାତ୍ରାରେ ଡିଜେ ଜେ ବାଜିବନି ଏବଂ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ହୋଇପାରିବନି। ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ କୌଣସି ରାଜନୈତିକ ଦଳର ନେତା ଏଥିରେ ଭାଗ ନେଇ ନିଜ ଦଳ ସଂପର୍କରେ କିଛି କହି ପାରିବେ ନାହିଁ ବୋଲି ବି ସର୍ତ୍ତ ରହିଛି। ୧୭ତାରିଖ ମଧ୍ୟାହ୍ନ ସାଢ଼େ ୩ଟାରେ ପାୱାର ହାଉସ ଛକ ହନୁମାନମନ୍ଦିରରୁ ବାହାରି ସାଢ଼େ ୪ଟାରେ ରାଜନଗର ଛକରେ ଶୋଭାଯାତ୍ରା ପହଚିଂବ। ରାଜନଗର ଛକରୁ ସାଢ଼େ ୪ଟାରେ ବାହାରି ସାଢ଼େ ୭ଟା ସୁଦ୍ଧା ଦଶହରା ପଡ଼ିଆରେ ପହଂଚିଂବାକୁ ସର୍ତ୍ତ ରଖାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.2 ° C
    28.2 °
    28.2 °
    36 %
    1.9kmh
    93 %
    Fri
    29 °
    Sat
    38 °
    Sun
    37 °
    Mon
    38 °
    Tue
    38 °

    ସମ୍ବନ୍ଧିତ