Friday, September 11, 2026
24.4 C
Odisha

    ଜଜ୍‌ଙ୍କୁ ଚିଠି ଲେଖିଲେ ଓକିଲ, ଜାନୁଆରୀ ୨୨ ପ୍ରାଣ ପ୍ରତିଷ୍ଠାରେ କୋର୍ଟରେ ଉପସ୍ଥିତ ରହି ପାରିବୁ ନାହିଁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଅଯୋଧ୍ୟାରେ ଜାନୁଆରୀ ୨୨ରେ ଭବ୍ୟ ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ମଙ୍ଗଳବାର ଠାରୁ ପ୍ରାଣ ପ୍ରତିଷ୍ଠାର ରୀତିକାନ୍ତି ଆରମ୍ଭ ହୋଇଛି। ଜାନୁଆରୀ ୨୨ରେ ସାରା ଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଅଯୋଧ୍ୟା ପହଞ୍ଚିବା ନେଇ ଅନୁମାନ କରାଯାଉଛି । ଏହାରି ଭିତରେ ନୂଆଦିଲ୍ଲୀ ଦି ବାର୍‌ ଆସୋସିଏଶନ ଜଜ୍‌ଙ୍କୁ ଓକିଲମାନେ ଏକ ଚିଠି ଲେଖିଛନ୍ତି। ଜାନୁଆରୀ ୨୨ରେ କୌଣସି ଆଇନଜୀବୀ କୋର୍ଟରେ ମାମଲାର ପକ୍ଷ ରଖିବା ପାଇଁ ଉପସ୍ଥିତ ରହିପାରିବେନି ବୋଲି ଚିଠିରେ ଅନୁମତି ମଗାଯିବା ସହ ଓକିଲଙ୍କ ଅନୁପସ୍ଥିତିରେ କୌଣସି ପ୍ରତିକୂଳ ଆଦେଶ ପାରିତ କରା ନ ଯାଉ ବୋଲି ଚିଠିରେ ନିବେଦନ କରାଯାଇଛି। ନୂଆଦିଲ୍ଲୀ ଦି ବାର୍‌ ଆସୋସିଏସନ ସଚିବ ଓଏନ ଶର୍ମା ପଟିୟାଲା ହାଉସ କୋର୍ଟର ମୁଖ୍ୟ ଜିଲା ଏବଂ ସେସନ ଜଜ ଉଦ୍ଦେଶ୍ୟରେ ଏକ ଚିଠି ଲେଖିଛନ୍ତି। ଚିଠିରେ କୁହାଯାଇଛି, ମହୋଦୟ, ସମ୍ମାନପୂର୍ବକ ଆମେ କହିବାକୁ ଚାହୁଁଛୁ ଯେ ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାରଣରୁ ଜାନୁଆରୀ ୨୨ରେ କୋର୍ଟରେ ଉପସ୍ଥିତ ରହିପାରିବୁ ନାହିଁ । ଏଥିପାଇଁ ସମସ୍ତ ନ୍ୟାୟିକ ଅଧିକାରୀଙ୍କୁ ଅନୁରୋଧ କରୁଛୁ ଯେ, ଓକିଲଙ୍କ ଅନୁପସ୍ଥିତିରେ କୌଣସି ପ୍ରତିକୂଳ ଆଦେଶ ପାରିତ ନ କରନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.4 ° C
    24.4 °
    24.4 °
    95 %
    2kmh
    95 %
    Fri
    25 °
    Sat
    25 °
    Sun
    29 °
    Mon
    31 °
    Tue
    31 °

    ସମ୍ବନ୍ଧିତ