Sunday, June 1, 2025
35.9 C
Odisha

    କଟକ ବଡ଼ ମେଡିକାଲରେ ପ୍ରଥମ ଥର ପାଇଁ ଅସ୍ଥିମଜ୍ଜା ଟ୍ରାନ୍ସପ୍ଲାଣ୍ଟ ପ୍ରତିରୋପଣ ସଫଳ

    ଆଗକୁ ପଢନ୍ତୁ

    କଟକ ବଡ଼ ମେଡିକାଲରେ ହେଲା ବିରଳ ପ୍ରତିରୋପଣ । ପ୍ରଥମ ଥର ପାଇଁ ହେଲା ହାପଲୋ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଛି । ରକ୍ତ କର୍କଟରେ ଆକ୍ରାନ୍ତ ଥିବା ଖୋର୍ଦ୍ଧା ଅଂଚଳର ୧୯ ବର୍ଷୀୟ ଶୁଭ୍ରାଂଶୁଙ୍କ ଅସ୍ଥିମଜ୍ଜା ପ୍ରତିରୋପଣ ହୋଇଛି । ଏଥିପାଇଁ ଘରୋଇ ହସ୍ପିଟାଲରେ ୪୦ରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏସସିବିରେ ମାତ୍ର ୪ ଲକ୍ଷ ଟଙ୍କାରେ ଏପରି ପ୍ରତିରୋପଣ କରାଯାଇଛି ।

    ବଡ଼ କଥା ହେଉଛି ସରକାରଙ୍କ ପକ୍ଷରୁ ଏଥିପାଇଁ ସମସ୍ତ ଖର୍ଚ୍ଚ ବହନ କରାଯାଇଛି । ଯାହାଙ୍କ ହ୍ୟୁମାନ ଲ୍ୟୁକୋସାଇଟ୍ ଆଣ୍ଟିଜେନ୍ ବା ଏଚ୍ଏଲ୍ଏ ଅନ୍ୟର ଏଚଏଲଏ ସହ ପ୍ରାୟ ୯୦ ପ୍ରତିଶତ ମେଳ ଖାଉଥିବ ସେକ୍ଷେତ୍ରରେ ହିଁ ପ୍ରତିରୋପଣ ସମ୍ଭବ । ଶୁଭ୍ରାଂଶୁଙ୍କ ଦେହରେ ପ୍ରଭୁଦତ ନାମକ ଜଣେ ବ୍ୟକ୍ତିଙ୍କ ଏଚଏଲଏ ୫୦ ପ୍ରତିଶତ ମେଳ ଖାଉଥିବା ବେଳେ ଏପରି ପ୍ରତିରୋପଣ କରାଯାଇଥିଲା । ପ୍ରତିରୋପଣ ପରେ ଦୁଇ ଜଣ ସୁସ୍ଥ ଥିବା ଜଣାପଡ଼ିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    35.9 ° C
    35.9 °
    35.9 °
    28 %
    4.1kmh
    90 %
    Sun
    36 °
    Mon
    40 °
    Tue
    39 °
    Wed
    39 °
    Thu
    40 °

    ସମ୍ବନ୍ଧିତ