Monday, September 28, 2026
23.1 C
Odisha

    ରାମ ଭଜନର ପ୍ରଶଂସକ ହେଲେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟା ସିନ୍ଧିୟା

    ଆଗକୁ ପଢନ୍ତୁ

    ଅଯୋଧ୍ୟା: ଅଯୋଧ୍ୟରେ ରାମ ମନ୍ଦିର ନିର୍ମାଣରେ ଆଉ ମାତ୍ର କିଛିଟା ଦିନ ବାକି ରହିଛି । ସାରା ଭାରତ ବର୍ତ୍ତମାନ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ଦିନକୁ ଅନେଇ ରହିଛି। ଶ୍ରୀରାମଙ୍କ ଭକ୍ତିରେ ବୁଡି ରହିଛି ଦେଶ। ଏହାରି ମଧ୍ୟରେ ରାମଚନ୍ଦ୍ରଙ୍କର ଏକ ଗୀତ ସଭିଙ୍କ ମନକୁ ଛୁଇଁଯାଇଛି। ଯାହାକି ଇଣ୍ଟର୍‌ନେଟ୍‌ରେ ଏବେ ଟ୍ରେଣ୍ଡ୍‌ରେ ରହିଛି। ଯାହାର ଏବେ ପ୍ରଶଂସକ ସାଜିଛନ୍ତି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟା ସିନ୍ଧିୟା। ଜ୍ୟୋତିରାଦିତ୍ୟ ତାଙ୍କ ସୋସିଆଲ୍ ସାଇଟ୍ ଏକ୍ସରେ ସଙ୍ଗୀତକାର ଅନୁ ମଲ୍ଲିକ ଓ ଦିବ୍ୟକୁମାରଙ୍କ ସ୍ୱରରେ ସଜାଯାଇଥିବା ଜୟ ଶ୍ରୀ ରାମ ଗୀତର ପ୍ରଂଶସା କରି ଗୀତଟିକୁ ଶୁଣିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଜି ମ୍ୟୁଜିକ୍ କମ୍ପାନି ଦ୍ୱାରା ରିଲିଜ୍ କରାଯାଇଥିବା ଜୟ ଶ୍ରୀ ରାମ ଗୀତଟି ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ ହେବା କ୍ଷଣି ହିଁ ଭାଇରାଲ୍ ହୋଇଯାଇଥିଲା। ଏଯ୍ୟନ୍ତ ଗୀତକୁ ୨ମିଲିୟନରୁ ଅଧିକ ଲୋକ ଶୁଣିସାରିଲେଣି। ଉଲ୍ଲେଖଯୋଗ୍ୟ, ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏକ ରାମ ମନ୍ଦିରକୁ ପ୍ରଶଂସା କରି ତାଙ୍କ ସୋସିଆଲ୍‌ ମିଡିଆରେ ଏହାକୁ ଶୁଣିବାକୁ ସଭିଙ୍କୁ ନିବେଦନ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.1 ° C
    23.1 °
    23.1 °
    91 %
    0.9kmh
    9 %
    Mon
    29 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ