Tuesday, March 3, 2026
23.3 C
Odisha

    ଜୋର୍‌ଦାର୍ ଚାଲିଛି ରଥ ନିର୍ମାଣ, ଦଣ୍ଡା କଣ୍ଟା ପ୍ରସ୍ତୁତିରେ ଓଝା ସେବକ

    ଆଗକୁ ପଢନ୍ତୁ

    ରଥଖଳାରେ ତିନିରଥ ନିର୍ମାଣ କାମ ଜୋର୍‌ଦାର ଆଗେଇ ଚାଲିଛି। ତିନିରଥର ମୁଖ୍ୟ ମହାରଣାଙ୍କ ନେତୃତ୍ୱରେ ଚକ, ଅଖ ଏବଂ ଅନ୍ୟାନ୍ୟ କାମ କରାଯାଉଛି। ଭଉଁରୀରେ ଚକ ଡେରା ନୀତି ସମ୍ପନ୍ନ ପରେ ଏବେ ଚକ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ମହାରଣା ସେବକ ଲାଗିପଡିଛନ୍ତି। ତିନିରଥର ୪୨ଟି ଚକ (ନନ୍ଦିଘୋଷ ୧୬, ତାଳଧ୍ୱଜ ୧୪ ଓ ଦେବଦଳନ ୧୨) ମଧ୍ୟରୁ ରବିବାର ସୁଦ୍ଧା ୩୦ଟି ଚକ ନିର୍ମାଣ ଶେଷ ହୋଇଛି। ତେବେ ଆଉ ୩/୪ ଦିନ ମଧ୍ୟରେ ୪୨ଟି ଯାକ ଚକ ପ୍ରସ୍ତୁତ ହୋଇଯିବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ କୁଡ଼ୁକା, ଜଳଯନ୍ତ୍ର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ତିନିରଥର ଭୂଇଁ ନିର୍ମାଣ ପାଇଁ (ପ୍ରତ୍ୟେକ ରଥର ତିନିଭୂଇଁ ନିର୍ମାଣରେ ୧୨ଗୋଟି ଭୂଇଁଚଉତା ଲାଗିଥାଏ) ୫ଟି ଲେଖାଏ ଭୂଇଁ ଚଉତା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏତଦ୍‌ବ୍ୟତୀତ ପ୍ରତ୍ୟେକ ରଥର ୪ଟି ଲେଖାଏ ନିରାଡ଼ି ମଧ୍ୟ ଶେଷ ପର୍ଯ୍ୟାୟରେ ହୋଇଛି। ରୂପକାର ସେବକମାନେ ଖୋଦେଇ କରୁଛନ୍ତି। ତିନିରଥ ୧୧ଟି ଲେଖାଏ ସାଲ ଗୁଜରେ ରୂପ ଖୋଦେଇ ଜାରି ରଖିବା ସହ ଖୋଦେଇ ସରିଥିବା ରୂପଗୁଡ଼ିକର ପୋଲିସ ମଧ୍ୟ କରୁଛନ୍ତି। ଏତଦ୍‌ବ୍ୟତୀତ ତିଖ ଗୁଜଗୁଡ଼ିକରେ ସିଂହ ବିରାଳ ରୂପ ଖୋଦେଇ କରୁଛନ୍ତି। ସେହିପରି ଦୋଳବେଦୀ ପରିସର କମାର ଶାଳରେ ଓଝା ସେବକମାନେ ତିନିରଥର ଦଣ୍ଡା ପାଇଁ ଘଡ଼ିମୁହଁ ଦଣ୍ଡା କଣ୍ଟା ନିର୍ମାଣ ଜାରି ରଖିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    22 %
    2.2kmh
    7 %
    Tue
    23 °
    Wed
    36 °
    Thu
    38 °
    Fri
    38 °
    Sat
    38 °

    ସମ୍ବନ୍ଧିତ